fbpx

(Video): ସ୍ମରଣଶକ୍ତି ହରାଇଲେ ବାଇଡେନ ! ମଞ୍ଚରେ ଭୁଲିଗଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ, ପଚାରିଲେ Who’s Next ?

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ସକାଳେ ସେ ଡେଲାୱେୟାରରେ କ୍ୱାଡ୍ ନେତାଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀସ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ‘Cancer Moonshot’ ପଦକ୍ଷେପ ଲଞ୍ଚ୍ କରିବା ଉଦେ୍ଦଶ୍ୟରେ ସାମିଲ ହୋଇଥିଲେ । ଏଥିମଧ୍ୟରେ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରିଚୟ କରିବା ପାଇଁ ଭୁଲିଯାଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି କାର୍ଯ୍ୟକ୍ରମରେ ବାଇଡେନ ‘Cancer Moonshot’ ବିଷୟରେ କହିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରିଚୟ କରାଇବାର ଥିଲା । କିନ୍ତୁ ସେ କ’ଣ କହିବେ ଟିକେ ଦ୍ୱନ୍ଦ୍ୱରେ ଥଲେ । ସେ କହିଥଲେ ମୁଁ ଏବେ କାହାକୁ ପରିଚୟ କରାଇବି ? Who’s Next ? ଏହା ପରେ କାର୍ଯ୍ୟକ୍ରମର ସଂଚାଳକ ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ଘୋଷଣା କରିଥିଲେ ।

Get real time updates directly on you device, subscribe now.