fbpx
BJD SKY
BJD SKY

(Video) ଶ୍ରୀମନ୍ଦିରରେ ଅଘଟଣ; ଭୋଗ ମଣ୍ଡପରୁ ପ୍ରସାଦ ନେବା ବେଳେ ଡ଼ାଲି କୋଢୁଆ ଫାଟି ସେବାୟତ ଗୁରୁତର

BJD

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ଶ୍ରୀମନ୍ଦିରେ ଘଟିଲା ଅଘଟଣ। ମହାପ୍ରଭୁଙ୍କର ଚାଲିଥିଲା ନୀତିକାନ୍ତି। ଭୋଗ ମଣ୍ଡପରୁ ଡାଳି ନେଇ ଯାଉଥିବା ବେଳେ ହଠାତ୍ ଫାଟିଲା ଡାଲି କୋଢୁଆ। ଦିନକୁ ଦିନ ଅଘଟଣ ପରେ ଅଘଟଣ ଘଟିଚାଲିଛି । ଆସନ୍ତା ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ହେବାକୁ ଥିବା ବେଳେ, ଭୋଗ ମଣ୍ଡପରେ ଚାଲିଥିଲା ମହାପ୍ରଭୁଙ୍କ ନୀତିକାନ୍ତ । ଏହା ପରେ ଭୋଗମଣ୍ଡପରରୁ ଡାଲି ନେଇ ଯାଉଥିବା ବେଳେ ହଠାତ୍ ଡାଲି କୋଢ଼ୁଆଟି ଫାଟିଯାଇଥିଲା, ଯାହା ଫଳରେ ଗରମ ଡାଲି ନେଇ ଯାଉଥିବ ବୋଝିଆଙ୍କ ଦୁଇଟି ଗୋଡରେ ଗରମ ଡାଲି ସବୁ ପଡିଯାଇଛି । ଆଉ ବୋଝିଆଙ୍କ ଅବସ୍ଥା ଗୁରୁତ ଥିବା ଜଣାପଡିଛି । କଷ୍ଟ ଆଉ ଯନ୍ତ୍ରଣାରେ ଛଟପଟ ହେଉଛି ଡାକ୍ତରଖାନାରେ ।

ତେବେ ଏମିତି ଅଘଟଣ କାହିଁକି ଘଟିଲା, ଏମିତି କଣ ଭୁଲ ହୋଇଗଲା ଯେ ଶେଷରେ ଭୋଗମଣ୍ଡପରରୁ ଡାଲି କୋଡ଼ୁଆ ନେଇ ଯାଉଥିବା ବେଳେ ଡାଲି କୋଢ଼ୁଆ ଫାଟିଗଲା । ଯାହା ଫଳରେ ବୋଝିଆ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ମେଘନାଦ ପ୍ରଧାନ ଗୁରୁତର ହୋଇପଡିଛନ୍ତି । ମିଳିଥିବା ସୂଚନା ଅନୁଯାଇ ଜଣାପଡିଛି ଯେ ପୁରୀ ଜିଲ୍ଲା କଣାସର ମେଘନାଦ ପ୍ରଧାନ ପୁରୀ ଶ୍ରୀମନ୍ଦିର ରେ ବୋଝିଆ ଭାବେ କାମ କରନ୍ତି । ସବୁ ଦିନ ଭଳି ଭୋଗ ମଣ୍ଡପରେ ବୋଝିଆ କାର୍ଯ୍ୟ କରୁଥିଲେ । କିନ୍ତୁ ସେ କଣ ଜାଣଇଥିଲେ ତାଙ୍କ ସହ ଏଭଳି ଅଘଟଣ ଘଟିବ ବୋଲି । ଭୋଗ ମଣ୍ଡପରୁ ଗରମ ଡାଲି ନେଇକି ଯାଉଥିବା ବେଳେ ହଠାତ ଡାଲି କୋଢୁଆ ଫାଟି ଯାଇ ଆଉ ମେଘନାଦ ଙ୍କ ଦୁଇ ଗୋଡ଼ରେ ପଡିଥିଲା । ଗରମ ଡାଲି ପଡି ମେଘନାଦ ଙ୍କ ଦୁଇ ଗୋଡ଼ ଫୋଟକା ହେଇ ଯାଇଥିଲା । ବୋଝିଆ ସଭାପତି ତାଙ୍କୁ ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

Get real time updates directly on you device, subscribe now.