fbpx
BSKY SKY
BSKY SKY

ପ୍ରୋଟିନଯୁକ୍ତ ଖାଦ୍ୟ ଆମ ପାଇଁ ପାଲଟୁଛି ଜହର, ଆସିଲା ଚକିତ କରିଦେବା ଭଳି ବୈଜ୍ଞାନିକ ତଥ୍ୟ

BSKY

ନୂଆଦିଲ୍ଲୀ: ଆମେରିକାର ବୈଜ୍ଞାନିକମାନେ ସମସ୍ତଙ୍କୁ ଚକିତ କରିଦେବା ଭଳି ଏକ ଗବେଷଣା କରିଛନ୍ତି । ଏଥିରେ କୁହାଯାଇଛି କି ପ୍ରୋଟିନ ବାଲା ଖାଦ୍ୟ ଆପଣଙ୍କ ଲାଗି ଜହର ପାଲଟି ଯାଉଛି । କାରଣ ଏଥିରେ କ୍ୟାନସର ସହ ଜଡିତ ଛୋଟ ପ୍ଲାଷ୍ଟିକ ଖଣ୍ଡ ରହିଛି । ଏଥିପାଇଁ ବୈଜ୍ଞାନିକମାନେ ୧୬ ପ୍ରକାର ଖାଦ୍ୟର ପରୀକ୍ଷଣ କରିଛନ୍ତି । ଏଥିରେ ଚିକେନ୍ ନଗେଟସ୍‌, ବିଫ୍ ଷ୍ଟେକ୍‌, ମାଛ ଫିଲେଟସ୍‌, ବର୍ଗର ସହିତ ପ୍ରୋଟିନ ପ୍ରଦାନ କରୁଥିବା ବହୁ ଖାଦ୍ୟ ସାମିଲ ଥିଲା ।

ଅଧ୍ୟୟନ ସମୟରେ ୯୦% ଖାଦ୍ୟ ସାମଗ୍ରୀରେ ନାନୋ ପ୍ଲାଷ୍ଟିକ୍ ଥିବା ଜଣାପଡିଥିଲା । ଏହାର ଅର୍ଥ ଆମେ ପ୍ରୋଟିନ ସହିତ ପ୍ଲାଷ୍ଟିକ ବି ଖାଉଛୁ । ତେବେ ଖାଦ୍ୟରେ କିପରି ପ୍ଲାଷ୍ଟିକ୍ ମିଶୁଛି ତାହା ବୈଜ୍ଞାନିକମାନେ ସ୍ପଷ୍ଟ କରିନାହାନ୍ତି । ତେବେ ଏହା ପଛରେ ପ୍ୟାକେଜିଂ ଓ ନେଣଦେଣ ଏକ ବଡ କାରଣ ବୋଲି କୁହାଯାଉଛି ।

Get real time updates directly on you device, subscribe now.