fbpx
BJD SKY
BJD SKY

(Video): ଲାଇଭ୍ ମ୍ୟାଚରେ ଅଘଟଣ, ଫୁଟବଲ୍ ମ୍ୟାଚ୍ ସମୟରେ ଖେଳାଳିଙ୍କ ଉପରେ ବଜ୍ରପାତ, ଭାଇରାଲ ହେଉଛି ଭିଡ଼ିଓ

BJD

ଓଡ଼ିଶା ଭାସ୍କର: ମୃତ୍ୟୁ ଏମିତି ବି ଆସେ ! ଇଣ୍ଡୋନେସିଆରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଫୁଟବଲ ମ୍ୟାଚ୍ ଚାଲୁଥିବା ସମୟରେ ଜଣେ ଖେଳାଳିଙ୍କ ଉପରେ ବଜ୍ରପାତ ହୋଇଥିଲା । ଏହା ତାଙ୍କ ମୃତ୍ୟୁର କାରଣ ପାଲଟିଥିଲା । ଏହି ଖେଳାଳି ଜଣଙ୍କ ହେଉଛନ୍ତି ୩୫ ବର୍ଷୀୟ Septain Raharja । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଫେବୃଆରୀ ୧୦ରେ ଇଣ୍ଡୋନେସିଆର ପଶ୍ଚିମ ଜାଭାର ସିଲିୱାଙ୍ଗୀ ଷ୍ଟାଡିୟମରେ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ‘ଏଫ୍‌ସି ବାନ୍‌ଡୁଙ୍ଗ୍‌’ ଏବଂ ‘ଏଫବିଆଇ ସୁବାଙ୍ଗ’ ମଧ୍ୟରେ ଚାଲିଥିଲା । ଲାଇଭ୍ ମ୍ୟାଚ୍ ସମୟରେ ଏଭଳି କିଛି ଅଘଟଣ ହେବ ବୋଲି କେହି ବି ଭାବିନଥିଲେ । ଏହି ଭିଡ଼ିଓରେ ଦର୍ଶାଯାଇଛି ଯେ ମ୍ୟାଚ୍ ସମୟରେ କିପରି ଖେଳାଳିଙ୍କ ଉପରେ ବଜ୍ରପାତ ପଡ଼ିଥିଲା । ବିରାଟ ନିଆଁ ପିଣ୍ଡୁଳା ପରି ଦେଖାଯାଉଥିଲା ଏହି ବଜ୍ରପାତ । ଫଳରେ ଖେଳାଳି ଜଣଙ୍କ ତଳେ ପଡ଼ିଯାଇଥିଲେ । ସହଯୋଗୀ ଖେଳାଳିମାନେ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ । ପରେ ତାଙ୍କୁ ସହଯୋଗୀ ଖେଳାଳି ଏବଂ ମେଡିକାଲ ଟିମ୍ ଦ୍ୱାରା ତୁରନ୍ତ ହସ୍ୱିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ ।

Get real time updates directly on you device, subscribe now.