fbpx

OPSC ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ଆବେଦନ: ଆସିଷ୍ଟାଣ୍ଟ କେମିଷ୍ଟ ପଦ ପୂରଣ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଥରେ ଆସିଛି ଏକ ବଡ଼ ସୁଯୋଗ । ଆସିଷ୍ଟାଣ୍ଟ କେମିଷ୍ଟ ପଦ ପୂରଣ ପାଇଁ ଓପିଏସସି ପକ୍ଷରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାରଙ୍କ ଷ୍ଟିଲ ଓ ମାଇନ୍ସ ବିଭାଗରେ ଓଡ଼ିଶା ସବ-ଅର୍ଡିନେଟ କେମିକାଲ ଆନାଲିସିସ୍ ସର୍ଭିସେସ୍ କ୍ୟାଡରର ଗ୍ରୁପ-ବି’ରେ ଆସିଷ୍ଟାଣ୍ଟ କେମିଷ୍ଟ ପଦରେ ଏହି ନିଯୁକ୍ତି ଦିଆଯିବ ।

ଫେବୃଆରୀ ମାସ ୧୨ ତାରିଖରୁ ଅନଲାଇମନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହା ମାର୍ଚ୍ଚ ମାସ ୧୬ ତାରିଖରେ ସମାପ୍ତ ହେବ । ଅଣସଂରକ୍ଷିତଙ୍କ ପାଇଁ ୧୧ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୨ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୪ଟି ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ୫ଟି ଏଭଳି ମୋଟ ୨୨ଟି ପଦ ଖାଲି ରହିଛି । ସେଥିମଧ୍ୟରୁ ୮ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କେମିଷ୍ଟ୍ରିରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଥିବେ କିମ୍ବା ଆପ୍ଲାଏଡ କେମିଷ୍ଟ୍ରି ବା ଇଣ୍ଡଷ୍ଟ୍ରିଆଲ କେମିଷ୍ଟ୍ରି ବା ଆନାଲିଟିକାଲ କେମିଷ୍ଟ୍ରିରେ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବେ । ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରଯିବ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ଓଡ଼ିଆ ଭାଷା ଲେଖିବା, କହିବା ଓ ପଢ଼ିବା ଜାଣିଥିବେ ।

Get real time updates directly on you device, subscribe now.