fbpx

(Video) ଖଣ୍ଡଗିରି ଯାତ୍ରା ମହାସମର; ପୂର୍ବବର୍ଷ ଭଳି ଏଥର ବି ଦର୍ଶକଙ୍କ ମନ ଜିଣୁଛି ତୁଳସୀ ଗଣନାଟ୍ୟର ‘ଅଧା ରାତିର ସାଥୀ’

Advertisement

ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରା ମହାସମରରେ ରାତି ହେଲେ ଦେଖିବାକୁ ମିଳୁଛି ଦର୍ଶକଙ୍କ ଭିଡ଼। ଗୌରୀ ଗଣନାଟ୍ୟ, ସ୍ବପ୍ନ ମହଲ ଗଣନାଟ୍ୟ ସହ ତାଳ ଦେଉଛି ତୁଳସୀ ଗଣନାଟ୍ୟ। ଖାସ କରି ଖଣ୍ଡଗିରି ଦର୍ଶକଙ୍କ ମନ ଜିଣୁଛି ତୁଳସୀ ଗଣନାଟ୍ୟର ‘ଅଧା ରାତିର ସାଥୀ’। ଜଲିଉଡ ଜଗତରେ ପିୟୂଷଙ୍କ ଅଭିନୟକୁ ନେଇ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ପୂର୍ବବର୍ଷ ପିୟୂଷଙ୍କ ଅଭିନୟ ଦର୍ଶକଙ୍କ ଉପରେ ଏବେ ବି ପ୍ରଭାବ ପକାଇଛି ।

ଏପରିକି ପିୟୂଷଙ୍କ ସେହି ଦମଦାର ଅଭିନୟକୁ ଦେଖିବାକୁ ନାଟକ ଅଧା ରାତିର ସାଥୀ ଶନିବାର ହରେକୃଷ୍ଣ ମହତାବ ପେଣ୍ଡାଲରେ ଡବଲ ଶୋ ହୋଇଥିଲା। ସା ୬ଟାରୁ ଗୋଟିଏ ଶୋ ଏବଂ ପୁନର୍ବାର ରାତି ୧୨ରେ ଗୋଟିଏ ଶୋ ଅନୁଷ୍ଠିତ ହୋଇଥିଲା। ପିୟୂଷଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଗ୍ୟାଲେରୀ ଫୁଲ୍‌ ଥିଲା। ଦର୍ଶକ ସବୁଠୁ ବେଶି ପସନ୍ଦ କରିଥିଲେ ଅଭିନୟରେ ଜଣେ ପୁଅ କିଭଳି ନିଜ ବୃଦ୍ଧା ମାକୁ ମାରି ମାରି ଘରୁ ତଡ଼ି ଦେଉଛି ତାହା ଏହି ନାଟକରେ ଦେଖିବାକୁ ମିଳିଥିଲା। କାହାଣୀ ଅନୁସାରେ ଅଭିନେତା ପୀୟୁଷ ନିଜ ବୃଦ୍ଧା ମାଆଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ ।

ମଞ୍ଚ ଉପରେ ଚୁଟିକୁ ଧରି ଘୋଷାଡିବାଠୁ ଆରମ୍ଭ କରି ତଳେ ପକାଇ ମାରିବା ଯାଏଁ ଦୃଶ୍ୟ ରହିଥିଲା । ଆଉ ସେହି ଅଭିନୟ ଏତେ ବାସ୍ତବଧର୍ମୀ ଥିଲା ଯେ, ଦର୍ଶକ ରାଗି ହୋଇଯାଇଥିଲେ । ଲୋକେ ଉତ୍ତେଜିତ ହୋଇ ଅଭିନେତାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ । ଜଣେ ଖଳ ନାୟକ ପାଇଁ ୟାଠୁ ଆଉ ବଡ଼ ପୁରଷ୍କାର କଣ ହୋଇପାରେ । ତେବେ ଏହାରି ଭିତରେ ନୂଆ ପାର୍ଟିରେ ନୂଆ ନାଟକର କାହାଣୀ ଓ ନିଜ ଭୟଙ୍କର ଚରିତ୍ର ବିଷୟରେ କହିଥିଲେ ପିୟୂଷ ତ୍ରିପାଠୀ ।

Get real time updates directly on you device, subscribe now.