fbpx
BSKY SKY
BSKY SKY

ଛୋଟ ଛୋଟ କଥାରେ ଷ୍ଟ୍ରେସ୍ ନେଉଛନ୍ତି କି ? ନିଜକୁ ରିଲାକ୍ସ କରିବା ଶିଖନ୍ତୁ

BSKY

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବ୍ୟକ୍ତି ଅଫିସ ଓ ଘର ଦାୟିତ୍ୱ ମଝିରେ ଯେମିତି ଏକପ୍ରକାର ଘାଣ୍ଟି ହେଉଛି । ବୃତିଗତ ଜୀବନରେ ଆମେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥାଉ । ଅଧିକାଂଶ ଲୋକମାନେ ଛୋଟ ଛୋଟ କଥାକୁ ଗମ୍ଭୀରତାର ସହ ନେଇଥାନ୍ତି । ସେମାନେ ଠିକ୍ ଭାବେ ନିଜ ଇମୋସନ୍ସ ସହ ଡିଲ୍ କରିପାରନ୍ତି ନାହିଁ । ତେଣୁ ସବୁବେଳେ ଚାପଗ୍ରସ୍ତ ରହିଥାନ୍ତି । ଫଳରେ ସେମାନେ ଚିଡ଼ଚିଡ଼ା ସ୍ୱଭାବର ହୋଇଯାନ୍ତି । ଅନ୍ୟମାନଙ୍କ ଉପରେ ନିଜ କାମର frustration ବାହାର କରିଥାନ୍ତି । ଅଫିସ୍ କର୍ମଚାରୀ, ପରିବାର ଓ ସାଙ୍ଗସାଥୀଙ୍କ ସହ ସମ୍ପର୍କରେ ତିକ୍ତତା ଦେଖାଦେଇଥାଏ । ଏହା ସେମାନଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ତେବେ ଦୈନନ୍ଦିନ ଜୀବନରେ ଷ୍ଟ୍ରେସ୍ ଫ୍ରି ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

୧. ମେଡିଟେସନ୍‌: ନିୟମିତ ଅତିକମରେ ୫ରୁ ୧୫ ମିନିଟ୍ ପର୍ଯନ୍ତ ମେଡିଟେସନ୍ କରିପାରିବେ । ଏହା ଏକାଗ୍ରତା ବୃଦ୍ଧି କରିବା ସହ ମନ ସ୍ଥିର ରଖିଥାଏ । ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କୁ ଚିନ୍ତାମୁକ୍ତି ରଖିବା ସହ ଶରୀରରେ ହାପି ହର୍ମୋନ୍ସ ଜାଗ୍ରତ କରିଥାଏ ।

୨. ରିଲାକ୍ସ କରିବା ଶିଖନ୍ତୁ: ପ୍ରତି ୩୦ ମିନିଟ୍ କିମ୍ବା ୧ ଘଣ୍ଟାରେ ଛୋଟ ବ୍ରେକ୍ ନିଅନ୍ତୁ । ଏହା ଆପଣଙ୍କ ମସ୍ତିଷ୍କରୁ ରିଲାକ୍ସ କରିଥାଏ । ଏହା ବର୍ଣ୍ଣଆଉଟ୍ ସ୍ଥିତିକୁ ରୋକିଥାଏ । ଛୋଟ ୱାକ୍‌, ଟି ବ୍ରେକ୍‌, ମଜାଦାର ଭିଡ଼ିଓ ଦେଖିବା ଇତ୍ୟାଦି ଟ୍ରିକ୍ ଆପଣାଇପାରିବେ ।

୩. ଫୋକସ୍‌: ଡେସ୍କରେ କାମ କରୁଥିବା ସମୟରେ ଆପଣଙ୍କୁ ଡିଷ୍ଟ୍ରାକ୍ଟ କରୁଥିବା ଜିନିଷ ଠାରୁ ଯେତେଦୂର ସମ୍ଭବ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ମସ୍ତିଷ୍କ ଜାମ୍ କରିଥାଏ । Workspaceର ସ୍ୱଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ । ଆପଣ ଚାହିଁଲେ କିଛି ମୋଟିଭେଟେଡ୍ କୋଟ୍‌ସ ଡେସ୍କରେ ଲଗାଇପାରିବେ । ଏହା ସକାରାତ୍ମକ ଉର୍ଜ୍ଜା ସୃଷ୍ଟି କରିଥାଏ ।

୪. ବ୍ରିଦିଂ ମେଡିଟେସନ୍‌: ଅଫିସରେ କାମ କରୁଥିବା ସମୟରେ ଷ୍ଟ୍ରେସ୍ ଅନୁଭବ ହେଲେ ବ୍ରିଦିଂ ମେଡିଟେସନ୍ କରିପାରିବେ । କିଛି ସମୟ ପର୍ଯ୍ୟନ୍ତ ଗଭୀର ଏବଂ ଦୀର୍ଘ (deep and long) ନିଶ୍ୱାସ ନେଇପାରିବେ । ଏହା ଦ୍ୱାରା ଆପଣ କାମ ପ୍ରତି ଫୋକସ୍‌ଡ଼ ରହିଥାନ୍ତି । ଆପଣଙ୍କ ପାଇଁ ନିଷ୍ପତ୍ତି ନେବା ସହଜ ହୋଇଥାଏ ।

୫. ପରିବାର ସହ ସମୟ ବିତାନ୍ତୁ: ଅଧିକାଂଶ ବ୍ୟକ୍ତିମାନେ ଷ୍ଟ୍ରେସରେ ଥିଲେ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି । ଏପରି କରିବା ଦ୍ୱାରା ଆପଣ ଅଧିକ ଡିପ୍ରେସନର ଶିକାର ହୋଇଥାନ୍ତି । ଏଭଳି ସ୍ଥିତିରେ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ସମୟ ବିତାନ୍ତୁ । ଚିନ୍ତାମୁକ୍ତ ରହିବା ପାଇଁ ନିଜ ମନର କଥା ସେମାନଙ୍କ ସହ ଶେୟାର କରନ୍ତୁ । ସେମାନଙ୍କ ଗହଣରେ ଆପଣ ପଜିଟିଭ୍ ଭାଇବ୍ସ ଅନୁଭବ କରିପାରିବେ ।

୬. ନିଦ୍ରା: ସନ୍ତୁଳିତ ଭୋଜନ ଏବଂ ବ୍ୟାୟାମ ଆମ ସ୍ୱାସ୍ଥ୍ୟ ପାଇଁ ଯେତିକି ଆବଶ୍ୟକ ସୁନିଦ୍ରା ମଧ୍ୟ ସେତିକି ଜରୁରୀ । ତେଣୁ ନିଜ ଶୋଇବା ସମୟ ସହ କେବେ ବି କମ୍ପ୍ରୋମାଇଜ୍ କରନ୍ତୁ ନାହିଁ । ଏହା ଦ୍ୱାରା ମସ୍ତିଷ୍କ ଏବଂ ଶରୀର ରିଲାକ୍ସ ହୋଇଥାଏ ।

Get real time updates directly on you device, subscribe now.