fbpx

(Video) ପ୍ରେମ ବ୍ୟାପାରକୁ ନେଇ ମହାଭାରତ; ରାସ୍ତା ଉପରେ ସରପଞ୍ଚ ଓ ଅଭିନେତ୍ରୀ ରୋମାଞ୍ଜଳି ହେଲେ ପିଟାପିଟି…

ଭୁବନେଶ୍ୱର: ଚପଲରେ ପିଟିଲେ ଓଡ଼ିଆ ଆଲବମ୍ ଅଭିନେତ୍ରୀ । ପୂର୍ବତନ ସରପଞ୍ଚ ଓ ଅଭିନେତ୍ରୀ ହେଲେ ପିଟା ପିଟି । ଗହଳି ଭିତରେ ଗୋଡ଼ା ଗୋଡ଼ି ହୋଇ ମାର୍‌ପିଟ୍ । ଅଭିନେତ୍ରୀ ରୋମାଞ୍ଜଳି ପାଦରୁ ଚପଲ କାଢି ପିଟିଲେ । ଘଣ୍ଟା ଘଣ୍ଟା ରାସ୍ତା ଉପରେ ଚାଲିଥିଲା ଏଭଳି ମାର୍ ପିଟ୍ ଜଣେ ଜଣା ସୁଣା ଓଡ଼ିଆ ଆଲବମ୍ କୁଇନ୍ ଆଉ ଜଣେ ପୁର୍ବତନ ସରପଞ୍ଚ । ରାଜନେତା କୁ ଅଭିନେତ୍ରୀ ରାସ୍ତା ଉପରେ ଚାଲିଥିଲା ବଳ କସା କସି । ଯେତେ ଛଡ଼ାଇବାକୁ ଚେଷ୍ଟା କଲେବି ଗହଳି ଭିତରେ ଗୋଡ଼ା ଗୋଡ଼ି ହୋଇ ଚାଲିଥିଲା ପିଟା ପିଟି।

ଏହି ଦୃଶ୍ୟ ଦେଖିଲେ ଲାଗୁନି କେହି ନିରବ ରହି ମାଡ଼ ଖାଉଛି .. ଯିଏ ଯାହାର ହାତ ଗୋଡ଼ ବୁଲାଉଛନ୍ତି । ଆଉ ଏ ଭିତରେ ଅଭିନେତ୍ରୀଙ୍କ ମାଙ୍କୁ ଜଣେ ଜୋରେ ଧକା ମାରୁଛନ୍ତି ଆଉ ସେପଟୁ ଓଡ଼ିଆ ଅଭିନେତ୍ରୀ ରୋମାଞ୍ଜଳି ନିଜ ପାଦରୁ ଚପଲ କାଢି ମାରିବାକୁ ଗୋଡ଼ାଇଛନ୍ତି । ଆଉ ଥରେ ପୁଣି ଏପେଟେ ଅଭିନେତ୍ରୀଙ୍କ ମା ଓ ପୁର୍ବତନ ସରପଞ୍ଚ ହୋଇଛନ୍ତି ଠେଲା ଠେଲି । ସନ୍ଧ୍ୟା ସମୟର ଦୃଶ୍ୟ । ଅଧା ଆଲୁରେ ରେର୍କ ହୋଇଥିବା ଏହି ଭିଡ଼ିଓରୁ ଜଣା ପଡ଼ୁଛି ଯେ ଏହି କଳହ ପଛରେ ନିଶ୍ଚୟ କିଛି ବଡ଼ କାରଣ ଥିବ। ତେବେ ଏହି ମାମଲା ଯାଇ ଏବେ ଥାନାରେ ପହଁଚିଛି । ପ୍ରେମ ବ୍ୟାପାରକୁ ନେଇ ଦୁଇପରିବାର ମଧ୍ୟରେ ମାରପିଟ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତରେ।

ମୃଦଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ ଆଏଚ ଏବଂ ସେହି ପଞ୍ଚାୟତର ଆଲବମ ଅଭିନେତ୍ରୀ ରୋମାଞ୍ଜଳୀଙ୍କ ପରିବାର ମଧ୍ୟର ମାରପିଟ ହୋଇଥିଲା । ଗତକାଲି ସନ୍ଧ୍ୟାରେ ବେଣ୍ଟସାଳିଆ ଛକ ନିକଟରେ ଚା ଦୋକାନରେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ ଆଲବମ ଅଭିନେତ୍ରୀ ରୋମାଞ୍ଜଳୀଙ୍କ ଭଉଣୀଙ୍କ ପୂର୍ବତନ ପ୍ରେମିକର ବାପାଙ୍କୁ ଚପଲରେ ବାଡାଉଥିବା ଦେଖିବାକୁ ମିଳିଛି । ତେବେ ଉଭୟ ପକ୍ଷ ଭୁବନ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ଉଭୟ ପକ୍ଷଙ୍କ ଅଭିଯୋଗକୁ ରୁଜୁ କରି ତଦନ୍ତ ଚଳାଇଛି ଭୁବନ ପୋଲିସ।

Get real time updates directly on you device, subscribe now.