fbpx
BJD SKY
BJD SKY

ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ ବିଜ୍ଞପ୍ତି: ୨୦ ଜଣ DSP / ASP ପାହ୍ୟାର ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ପୋଲିସ ବିଭାଗର ଡେପୁଟି ଏସପି (ଡିଏସସି) / ଅତିରିକ୍ତ ଏସପି (ଏଏସପି) ରାଙ୍କର ୨୦ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଛି । ରାଜ୍ୟ ପୋଲିସ ସ୍ଥାପନ ବୋର୍ଡର ନିଷ୍ପତ୍ତି ପରେ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

କମିଶନରେଟ ପୋଲିସର ଡିଏସପି ଅନିଲ କୁମାର ବେଉରିଆଙ୍କୁ ଅନୁଗୁଳ ଏଏସପି ଭାବେ ବଦଳି କରାଯାଇଛି । ମାଲକାନଗିରି ପିସିଆର ସେଲର ଡିଏସପି ଦାୟିତ୍ୱରେ ଥିବା ଆଦିତ୍ୟ ସେନଙ୍କୁ ନୂଆପଡ଼ା ପିସିଆର ସେଲର ଡିଏସପି, ଭଞ୍ଜନଗର ଏସଡିପିଓ ବିଶ୍ୱମିତ୍ର ହରପାଲଙ୍କୁ ଚିକିଟି ଏସଡିପିଓ, ମାଲକାନଗିରି ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟସ ଡିଏସପି ଦିନେଶ ଚନ୍ଦ୍ର ନାୟକଙ୍କୁ ନୟାଗଡ଼ ଡିଆଇବିର ଡିଏସପି, ବଲାଙ୍ଗିର ଆଇୟୁସିଏଡବ୍ଲ୍ୟୁର ଡିଏସପି ଲକ୍ଷ୍ମୀ ନାରାୟଣ ମାରାଣ୍ଡିଙ୍କୁ କୋରାପୁଟ ଡିଆଇବିର ଡିଏସପି ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.