fbpx

ମାର୍ଚ୍ଚ ୧ରୁ ବଦଳିବ FASTagରୁ GST ନିୟମ, ଖାଉଟିଙ୍କ ପକେଟ ଉପରେ ମାଡ଼

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭରୁ ଅର୍ଥ ସମ୍ବନ୍ଧୀୟ ଅନେକ ନିୟମ ବଦଳିଯିବ । କ୍ରେଡ଼ିଟ୍ କାର୍ଡ଼, ଫାସଟ୍ୟାଗ୍ ଠାରୁ ଆରମ୍ଭ କରି ଜିଏସଟି ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ହେବ । ଏହା ସାଧାରଣ ଜନତାଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ମାର୍ଚ୍ଚ ମାସରେ କେଉଁ ସବୁ ବଡ଼ ପରିବର୍ତ୍ତନ ହେବ ।

୧. ସୋସିଆଲ ମିଡିଆର ନିୟମ: ମାର୍ଚ୍ଚ ୧ ତାରିଖରୁ ସୋସିଆଲ ମିଡ଼ିଆ ସହ ଜଡ଼ିତ ନୂଆ ନିୟମ ଳାଗୁ ହୋଇଯିବ । ନିକଟରେ ସରକାର IT ନିୟମରେ କିଛିଟା ପରିବର୍ତ୍ତନ କରିଥିଲେ ଯେଉଁଥିରେ ଫେସବୁକ୍‌, ଏକ୍ସ, ୟୁଟ୍ୟୁବ୍‌, ଇନଷ୍ଟାଗ୍ରାମ ଭଳି ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭୁଲ ତଥ୍ୟ ପ୍ରଦାନ କଲେ ମୋଟା ରକମର ଜୋରିମାନା ଦେବାକୁ ପଡ଼ିପାରେ । ତେଣୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କିଛି ବି ପୋଷ୍ଟ କରିବା ପୂର୍ବରୁ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରିନିଅନ୍ତୁ ।

୨. LPG ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ: ଫେବୃଆରୀ ମାସରେ LPG ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ବର୍ତ୍ତମାନ ଘରୋଇ ଗ୍ୟାସ ସିଲିଣ୍ଡର ୧୪.୪ କେଜି ପିଛା ମୂଲ୍ୟ ଦିଲ୍ଲୀରେ ୧୦୫୩ ଟଙ୍କା ରହିଛି । ମାର୍ଚ୍ଚରେ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇପାରେ କିମ୍ବା ହ୍ରାସ ହୋଇପାରେ ।

୩. FASTag: ଫେବୃଆରୀ ୨୯ FASTagରେ KYC ଅପଡେଟ କରିବାର ଶେଷ ତାରିଖ । NHAI ଫାସଟ୍ୟାଗ୍ ନିୟମରେ ପରିବର୍ତ୍ତନ କରି KYC ଅପଡେଟ କରିବାକୁ ବାଧ୍ୟତାମୂଳକ କରିଦେଇଛି । ଏପରି ନକଲେ NHAI ଆପଣଙ୍କ ଫାସଟ୍ୟାଗକୁ ନିଷ୍କ୍ରିୟ କରିଦେବ ।

୪. GST ନିୟମ: କେନ୍ଦ୍ର ସରକାର ମାର୍ଚ୍ଚ ୧ରୁ GST ନିୟମ ରେ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ୫ କୋଟିରୁ ଉର୍ଦ୍ଧ୍ୱ କାରବାର କରୁଥିବା ବ୍ୟବସାୟୀମାନେ e-Invoiceର e-way Bill ଜେନେରେଟ୍ କରିପାରିବେ ନାହିଁ ।

୫. SBI କ୍ରେଡିଟ୍ କାର୍ଡ଼ ନିୟମ: SBI ମଧ୍ୟ ନିଜ କ୍ରଡିଟ୍ କାର୍ଡ଼ ନିୟମରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୧୫ରୁ ବ୍ୟାଙ୍କ ସର୍ବନିମ୍ନ Day Bill Calculationର ନିୟମରେ ପରିବର୍ତ୍ତନ କରିବ । ଏହା ଅନ୍ତର୍ଗତ ଗ୍ରାହକଙ୍କୁ ଇ-ମେଲ ମାଧ୍ୟମରେ ସୂଚନା ପ୍ରଦାନ କରାହେବ ।

Get real time updates directly on you device, subscribe now.