fbpx

Video: ଘରକୁ ଆସିଲା ନୁଆ କାର୍: ପାର୍କିଂରେ ଥିବା ବାଇକ୍ ଉପରେ ମାଡ଼ିଗଲା

ମୁମ୍ବାଇ: ଘରକୁ ଆସିଲା ନୂଆ କାର୍ ଆଉ ହେଲା ଶାନଦାର ଏଣ୍ଟ୍ରି। ଯାହା ସ୍ୱପ୍ନରେ ମଧ୍ୟ କେବେ ହେଲେ ଚିନ୍ତା କରି ନଥିବେ କାର୍ ମାଲିକ। ବର୍ତ୍ତମାନ ଇଣ୍ଟରନେଟ୍ ରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ନୂଆ କାର୍ ସହିତ ଦୁର୍ଭାଗ୍ୟପୁର୍ଣ୍ଣ ଦୁର୍ଘଟଣା ଘଟିବାର ଦେଖାଯାଉଛି। ସିସିଟିଭି ଫୁଟେଜରେ ଏହି ଭିଡିଓ କଏଦ୍ ହୋଇଛି।

ଏଥିରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ଘରର ମୁଖ୍ୟ ଦ୍ୱାରା ଗେଟ୍ କୁ ଖୋଲୁଛନ୍ତି। ଏହି ସ୍ଥାନଟି ଏକ ହାଉସିଂ କମ୍ପପ୍ଲେକ୍ସ ବୋଲି ଜଣାପଡୁଛି। ତେବେ ନୂଆ ଟାଟା ନେକ୍ସନ କାର୍ ଟି ମୁଖ୍ୟଦ୍ୱାର ଭିତରକୁ ପ୍ରବେଶ କରିବା ପରେ ଆଖିପିଛୁଳାକେ ସେଠାରେ ଥିବା ବାଇକ୍ ଗୁଡ଼ିକ ଉପରେ ମାଡ଼ିଯାଇଥିଲା। ଗାଡ଼ିଟି ଆଗରେ ଫୁଲ ହାର ଝୁଲୁଥିବାରୁ ଏହା ପୂଜା ହୋଇ ଫେରିଥିବା ଜଣାପଡୁଛି। ତେବେ ବାଇକ ଗୁଡ଼ିକ ଉପରେ କାର୍ ମାଡ଼ିଯାଇଥିଲା, ସେତିକି ନୁହେଁ। ଏହାର ଚାଳକ କାର୍ ଉପରୁ ନିୟନ୍ତ୍ରଣ ହରାଇ କାର୍ କୁ ମଧ୍ୟ ଓଲଟାଇବା ଭଳି ସ୍ଥିତି ଉପୁଜାଇଥିଲେ।

ତେବେ ଏହି ଘଟଣା ମୁମ୍ବାଇର ବୋଲି ଜଣାପଡିଛି। ଫୁଟେଜରେ ଦେଖାଯାଇଥିବା ତାରିଖ ଅନୁଯାୟୀ ଗୁରୁବାର ଦିନ ଏହି ଦୁର୍ଘଟଣା ଅଟେ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଲୋକେ ଅନେକ ପ୍ରକାର ମନ୍ତବ୍ୟ ଦେଉଛନ୍ତି। କିଛି ଲୋକ ଏହି ଦୁର୍ଘଟଣାକୁ “ଦୁଖଦଃ” ବୋଲି କହୁଥିଲା ବେଳେ ଅନ୍ୟମାନେ ଏହି ଦୁର୍ଘଟଣା କିପରି ହୋଇଥାଇପାରେ ତାହା ବୁଝାଇବାକୁ ଚେଷ୍ଟା କରିଥିଲେ।

ଜଣେ ସୋସିଆଲ ମିଡ଼ିଆ ୟୁଜର୍ସ ଲେଖିଛନ୍ତି, ‘ବର୍ତ୍ତମାନ ପର୍ଯ୍ୟନ୍ତ ଏପରି ଉଷ୍ମ ସ୍ୱାଗତ କେବେ ଦେଖି ନାହିଁ। ଅନ୍ୟ ଜଣେ କହିଛନ୍ତି, “ବ୍ରେକ୍ ଦବାଇ ଷ୍ଟିଅରିଂକୁ ସିଧା କରିବା ପରିବର୍ତ୍ତେ ଡ୍ରାଇଭର ଭୟଭୀତ ହୋଇ ଷ୍ଟିଅରିଂକୁ ଧରି ଏକସିଲିଟରକୁ ଡବାଇଛନ୍ତି! ସେହିପରି ଆଉଜଣେ ଉପସ୍ଥିତି ବୁଦ୍ଧି ନାହିଁ ବୋଲି କହିଛନ୍ତି।

Get real time updates directly on you device, subscribe now.