(Video) ସାପ ପରି ରାସ୍ତାରେ ଚାଲୁଛି ବାଇକ୍‌, ଟ୍ରକ୍‌କୁ ଚକମା ଦେଇ ଗଲାବେଳେ..

ଯୁବକଙ୍କ ଭୟଙ୍କର ଷ୍ଟଣ୍ଟ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ସବୁଠୁ ଅଧିକ ମଜାଳିଆ ଏବଂ ଜୁଗାଡ ଭିଡିଓ ଭାଇରାଲ ହେଉଛି । ଏହିସବୁ ଭିଡିଓ ଭିତରେ କିଛି ଏଭଳି ଭିଡିଓ ମଧ୍ୟ ନଜର ଆସିଥାଏ, ଯାହାକୁ ଦେଖିବାପରେ ସମସ୍ତଙ୍କ ଆଖି ରହିଯାଏ ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଷ୍ଟଣ୍ଟର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି ।

ଭାଇରାଲ ଭିଡିଓ: ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଦେଖିବାକୁ ମିଳୁଛି ଯେ, ଯୁବକ ଜଣକ ଏକ ବାଇକ୍ ଚଲାଉଛି ଏବଂ ଅଚାନକ ଗୋଟିଏ ଝଟକାରେ ଦୁଇଟି ଗାଡ଼ି ଆସିବା ମଧ୍ୟରେ ସେ ହ୍ୟାଣ୍ଡେଲକୁ ଧରି ବାଇକକୁ ସୁରକ୍ଷିତ ଭାବେ ସାଇଡ କରି ନେଉଛି । ଏହାପରେ କିଛି ଦୂର ପର୍ଯ୍ୟନ୍ତ ହ୍ୟାଣ୍ଡେଲ ଛାଡ଼ି ଚଳାଉଛନ୍ତି ଗାଡ଼ି । ଭିଡିଓ ଶେଷରେ ଟ୍ରକ ଆସିବା ପରେ ସେ କାଟି ନେଉଛନ୍ତି ।

ଏହି ଭିଡିଓଟି ଅତ୍ୟନ୍ତ ଭୟଙ୍କର ହୋଇଛି । ଯୁବକ ଜଣକ ଭିୟୁ ପାଇଁ ଏଭଳି କରିଛନ୍ତି । କିନ୍ତୁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏହି ଭିଡିଓଟି @VishalMalvi_ ଆଇଡିରୁ ଛଡାଯାଇଛି ।