fbpx

ବସରେ ସ୍କୁଲ ଛାତ୍ରଛାତ୍ରୀଙ୍କ ବିଅର ପାର୍ଟି: ଢ଼କ୍ ଢ଼କ୍ କରି ପିଉଥିବାର Video ଭାଇରାଲ

Advertisement

ଚେନ୍ନାଇ: ପାଠ ପଢ଼ିବା ନାଁରେ ବାପା-ମାଙ୍କ ଆଖିରେ ଧୂଳି ଦେଉଛନ୍ତି ଛାତ୍ରଛାତ୍ରୀ । ଏହାରି ମଧ୍ୟରେ ତାମିଲନାଡ଼ୁ ଚେଙ୍ଗଲପେଟ ଜିଲ୍ଲାରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଥିରେ କିଛି ସ୍କୁଲ ଛାତ୍ରଛାତ୍ର୍ରୀ ଚଳନ୍ତା ବସ ଭିତରେ ମଦ ପିଉଥିବା ଦେଖିବାକୁ ମିଳିଛି । ଖବର ଅନୁସାରେ, ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିବା ଭିଡିଓକୁ ଛାତ୍ରୀମାନଙ୍କ ମଧ୍ୟରୁ କିଏ ରେକର୍ଡ କରିଛନ୍ତି ।

ଭାଇରାଲ ଭିଡିଓରେ ଛାତ୍ର-ଛାତ୍ରୀଙ୍କ ଏକ ଗ୍ରୁପ ବିଅର ବୋତଲ ଖୋଲିବା ସହ ପିଉଥିବାର ଦେଖିବାକୁ ମିଳିଛି । ଖବର ଅନୁସାରେ, ସ୍କୁଲ ସବରେ ଥିବା ସମସ୍ତ ଛାତ୍ରଛାତ୍ରୀ ଚେଙ୍ଗଲପେଟର ଏକ ସରକାରୀ ସ୍କୁଲର ବୋଲି କୁହାଯାଉଛି । ପୂର୍ବରୁ ଏହି ଭିଡିଓକୁ ପୁରୁଣା ବୋଲି କୁହାଯାଉଥିଲା । ପରେ ଏହି ଭିଡିଓର ସତ୍ୟତା ସାମ୍ନାକୁ ଆସିଥିଲା । ଏହି ଘଟଣା ଗତ ମଙ୍ଗଳବାର ଦିନ ହୋଇଥିବା କୁହାଯାଉଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.