fbpx

(video)ପୂଜା ସମୟରେ ଶିବଲିଙ୍ଗ ନିକଟରେ ହାତ ଧୋଇ ବିବାଦରେ ମନ୍ତ୍ରୀ, ପୂଜାରୀ କହିଲେ ଅନ୍ୟତ୍ର ଧୋଇଲେ ପୁଣ୍ୟ କ୍ଷୟ ହୋଇଥାଏ

Advertisement

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାରବାଙ୍କୀ ଜିଲ୍ଲାରେ ଥିବା ଲୋଧେଶ୍ୱର ମହାଦେବ ମନ୍ଦିରରେ ମନ୍ତ୍ରୀ ସତୀଶ ଶର୍ମା ଶିବଲିଙ୍ଗ ପାଖରେ ହାତ ଧୋଇବାକୁ ନେଇ ଏବେ ସର୍ବତ୍ର ଚର୍ଚ୍ଚା ଖେଳିଯାଇଛି । ସମାଜବାଦୀ ପାର୍ଟି ଓ କଂଗ୍ରେସ ଏହି ଘଟଣାରେ ସତୀଶ ଶର୍ମାଙ୍କୁ ଟାର୍ଗେଟ କରିବା ସହ ବିଜେପିକୁ ମଧ୍ୟ ସମାଲୋଚନା କରିଛନ୍ତି । ତେବେ ଏହା ଉପରେ ସଫେଇ ଦେଇ ମନ୍ଦିରର ପୂଜାରୀ କହିଛନ୍ତି ଯେଉଁ ଯାଗାରେ ପୂଜା କରାଯାଏ ସେହି ଯାଗାରେ ହସ୍ତ ପ୍ରକ୍ଷାଳନ କରାଯାଏ । ଅନ୍ୟପକ୍ଷରେ ମନ୍ତ୍ରୀ କହିଛନ୍ତି ତାଙ୍କ ହାତରେ ପୂଜା ସାମଗ୍ରୀ ଲାଗି ରହିଥିଲା । ଏବେ ସୋସିଆଲ ମିଡିଆରେ ମନ୍ତ୍ରୀଙ୍କ ହାତ ଧୋଉଥିବା ସମୟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓରେ ମନ୍ତ୍ରୀ ସତୀଶ ଶର୍ମାଙ୍କ ସହିତ ଉତ୍ତରପ୍ରଦେଶ ସରକାରର ଅନ୍ୟ ଜଣେ ମନ୍ତ୍ରୀ ଜିତିନ ପ୍ରସାଦ ବି ଉପସ୍ଥିତ ରହିଥିବାର ନଜର ଆସୁଛନ୍ତି । ସମାଜବାଦୀ ପାର୍ଟି ନେତା ସୁନୀଲ ସିଂହ ଯାଦବ ଏହାକୁ ନେଇ ମନ୍ତ୍ରୀ ସତୀଶ ଶର୍ମାଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି ଏହା କୌଣସି ଅନ୍ୟ ଜାତିର ନେତା କରିଥାନ୍ତେ ତେବେ ବିଜେପିର ଲୋକମାନେ ତାକୁ ଏ ପର୍ଯ୍ୟନ୍ତ ଦଳରୁ ତଡି ନ ଦେଇ ରହି ନ ଥାନ୍ତେ । କଂଗ୍ରେସ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ରଖି କହିଛି, ବିଜେପି ଆସ୍ଥା ଓ ବିଶ୍ୱାସର ଉପଯ୍ଧେଜ୍ଞ କେବଳ ରାଜନୀତି ପାଇଁ କରିଥାଏ । କଂଗ୍ରେସ କହିଛି ମନ୍ତ୍ରୀ ଶିବଲିଙ୍ଗ ନିକଟରେ ଅର୍ଘ୍ୟ ନିକଟରେ ହାତ ଧୋଉଛନ୍ତି । ଧର୍ମ ନାମରେ ଓ ଦେବୀ ଦେବତାଙ୍କ ନାମରେ ରାଜନୀତି କରୁଥିବା ଓ କ୍ଷମତା ଦଖଲ କରିଥିବା ଲୋକମାନଙ୍କ ପାଖରେ ଏତିକି ସାମାନ୍ୟ ବୁଦ୍ଧି ନାହିଁ କି ଶିବଲିଙ୍ଗ ପାଖରେ ହାତ ଧୁଆଯାଏ ନାହିଁ ବୋଲି ।

କଂଗ୍ରେସ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି ମନ୍ତ୍ରୀ ଶିବଲିଙ୍ଗ ପାଖରେ ଛିଡା ହୋଇ ପୂଜା କରୁଛନ୍ତି । ଏହି ସମୟରେ ସେ ପୂଜାରୀଙ୍କ ପକ୍ଷରୁ ଦିଆଯାଇଥିବା ଜଳରେ ଶିଲିଙ୍ଗ ନିକଟରେ ହାତ ଧୋଉଛନ୍ତି । ଏହି ମାମଲାରେ ପୂଜାରୀ ସଫେଇ ଦେଇ କହିଛନ୍ତି ଯେଉଁ ଯାଗାରେ ପୂଜା କରାଯାଏ ସେହି ଯାଗାରେ ହସ୍ତ ପ୍ରକ୍ଷାଳନ କରାଯାଏ । ଅନ୍ୟ ସ୍ଥାନରେ ହସ୍ତ ପ୍ରକ୍ଷାଳନ କରିବା ଦ୍ୱାରା ପୁଣ୍ୟ କ୍ଷୟ ହୋଇଥାଏ । ଯେଉଁମାନେ ଏହାର ବିରୋଧ କରୁଛନ୍ତି ସେମାନେ ସନାତନ ଧର୍ମର ବିରୋଧୀ ।

Get real time updates directly on you device, subscribe now.