fbpx

(Video):ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନବଦୀପଙ୍କ ଠାରୁ ପିନ୍ଧିଲେ ଟୋପି, ହସି ହସି ଅଟୋଗ୍ରାଫ୍ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍ ପାରାଲିମ୍ପିକ୍ସରେ ଶାନଦାର ପ୍ରଦର୍ଶନ କରିଥିବା କ୍ରୀଡ଼ାବିତଙ୍କ ସହ ସାକ୍ଷାତ କରିଥିଲେ । ଏହି ବିଶେଷ ଅବସରରେ ସମସ୍ତ ଖେଳାଳିଙ୍କୁ ଐତିହାସିକ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏଥିମଧ୍ୟରେ ଦିଲ୍ଲୀର ପାରା ଆଥଲେଟ୍ ତଥା ଜାଭେଲିନ୍ ଥ୍ରୋଅର ସ୍ୱର୍ଣ୍ଣ ପଦକ ବିଜେତା ନବଦୀପ ସିଂହଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ବିଶେଷ ଥିଲା । ନବଦୀପଙ୍କ ଠାରୁ ଟୋପି ପିନ୍ଧିବା ପାଇଁ ପ୍ରଧାନମନ୍ତ୍ରୀ ତଳେ ବସିଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦିଲ୍ଲୀର ପାରା ଆଥଲେଟ୍ ନବଦୀପ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମୟରେ ଏକ ଟୋପି ଭେଟି କରଥିଲେ । ଏହାକୁ ପିନ୍ଧିବା ପାଇଁ ପ୍ରଧାନମନ୍ତ୍ରୀ ଭୂମିରେ ବସିଥିଲେ ଯାହାଫଳରେ ନବଦୀପ ତାଙ୍କୁ ଆରାମରେ ଟୋପି ପିନ୍ଧାଇପାରିବେ । ଏହି ଦୃଶ୍ୟ ସମସ୍ତଙ୍କୁ ଭାବପ୍ରବଣ କରିଥିଲା । ଏହା ପରେ ନବଦୀପ ମୋଦୀଙ୍କ ଠାରୁ ଥ୍ରୋଇଂ ଆର୍ମ(ଜାଭେଲିନ୍ ଥ୍ରୋ କରିବା ହାତ)ରେ ଅଟୋଗ୍ରାଫ୍ ମାଗି ଥିଲେ ଯାହା ପ୍ରଧାନମନ୍ତ୍ରୀ ହସି ହସି ଦେଇଥିଲେ । ପ୍ରଧାନମନ୍ତ୍ରୀ ଏବଂ ନବଦୀପଙ୍କ ବାର୍ତ୍ତାଳାପ ମଧ୍ୟ ଖୁବ୍ ମଜାଦାର ଥିଲା ।

 

View this post on Instagram

 

A post shared by Narendra Modi (@narendramodi)

Get real time updates directly on you device, subscribe now.