fbpx

Video: ଶପଥଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମସ୍ତେ ସ୍ବାଗତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା

ନୁଆଦିଲ୍ଲୀ: ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ସଂସଦର ସେଣ୍ଟ୍ରାଲ ହଲ୍ରେ ତାଙ୍କୁ ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଏନଭି. ରମଣା ଶପଥ ଏବଂ ଗୋପନିୟତା ପାଠ କରାଇଥିଲେ। ଶପଥ ପାଠ ପରେ ଦ୍ରୌପଦୀ ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ।

ଏହି ସମୟରେ ସେ ଓଡ଼ିଶାର ସନ୍ଥକବି ଭିମଭୋଇଙ୍କ ପଂକ୍ତି କହିଥିଲେ। “ମୋ ଜୀବନ ପଚେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’। ଏହା ସହିତ ସେ ଜଗତ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଏବଂ ଏକତ୍ର ହୋଇ ଅତ୍ମନିର୍ଭର ଭାରତ ପାଇଁ କାମ କରିବାକୁ ଆହ୍ୱାନ୍ ଦେଇଥିଲେ।

ଶପଥ ଗ୍ରହଣ ପରେ ଦ୍ରୌପଦୀ ମୁର୍ମୁ ଦେଶର ତୁଙ୍ଗ ନେତାମାନଙ୍କ ସହିତ ସାକ୍ଷାତ କରିଥିଲେ। ଏହି ସମୟରେ ସମସ୍ତଙ୍କୁ ସେ ନମସ୍କାର କରିଥିଲେ। କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଦ୍ରୌପଦୀ କିଛି କ୍ଷଣ ଅଟକି ଯାଇଥିଲେ। ଦୁହିଁଙ୍କ ମଧ୍ୟରେ ସ୍ୱଳ୍ପ ଆଲୋଚନା ହୋଇଥିଲା। ତେବେ ଦୁହେଁ କ’ଣ ଆଲୋଚନା କରିଥିଲେ ସେ ବିଷୟରେ କିଛି ଜଣାପଡିନାହିଁ।

Get real time updates directly on you device, subscribe now.