fbpx

(Video) ପାଖେଇ ଆସୁଛି ରାମ ମନ୍ଦିର ପ୍ରତିଷ୍ଠା ଦିବସ; ଓଡ଼ିଶାରେ ଦେଖାଦେଲେ ୩ ଗରୁଡ଼ ପକ୍ଷୀ

ଓଡ଼ିଶା ଭାସ୍କର: ଓଡ଼ିଶାକୁ ଫେରୁଛନ୍ତି ସବୁ ଗରୁଡ଼ ପକ୍ଷି । ଗୋଟିଏ ନୁହେଁ ଗୋଟପେର ଗୋଟେ ହୋଇ ଆଜି ପୁଣି ଆଉ ୩ଟି ଗରୁଡ଼ ପକ୍ଷି ଓଡ଼ିଶା ମାଟିରେ ଓହ୍ଲାଛନ୍ତି । ବୟସ୍କ ଲୋକ ବି ଅଶ୍ଚର୍ଯ୍ୟ ଏହି ଦୃର୍ଶକୁ ଦେଖି କେହି ଭ୍‌କ୍ତି ମନରେ ପ୍ରଭୁ ରାମଙ୍କୁ ଡ଼ାକୁଛନ୍ତି ତ କେହି ଭଗବାନ ବିଷ୍ଣୁଙ୍କୁ ମନରୁ ପ୍ରଣାମ କରୁଛନ୍ତି । ସମସ୍ତେ କହୁଛନ୍ତି ସବୁର୍ଣ୍ଣ ସମୟ ପୁଣି ଓଡ଼ିଶାକୁ ଫେରିଲା । ଏପଟେ ମହା ପ୍ରଭୁଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ସୁଭାରମ୍ବ ହେବାକୁ ଯାଉଥିବା ବେଳେ । ଏମିତି ଗୋଟଏ ପରେ ଗୋଟିଏ ଗରୁଡ଼ ପକ୍ଷି ଓଡ଼ିଶା ମାଟିକୁ ଫେରୁଛନ୍ତି ।

ସେପଟେ ମଧ୍ୟ ଅଯୋଧ୍ୟରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ଏହି ସମୟରେ ପୁରାଣରେ ବର୍ଣ୍ଣିତ ହୋଇଥିବା ଏହି ସାହାସି ପକ୍ଷି ଜିଏ ଭଗବାନଙ୍କ ପାଖ ପାଖରେ ରହି ଆସିଥିଲା । ସେହି ପକ୍ଷିକୁ ନିଜ ଗାଁରେ ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ । ୩ ଟି ବିରଳ ପକ୍ଷୀ ଉଦ୍ଧାର, ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ଼ ।ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ତୀରଖୁଆ ଗ୍ରାମ ରେ ନୂତନ ବର୍ଷ ଆରମ୍ଭରୁ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ତୀରଖୁଆ ଗ୍ରାମର କିଛି ଯୁବକ ଚାଷଜମିକୁ ଆସିଥିବା ବେଳେ ଏକ ଛୋଟ ଭଙ୍ଗା ତାଳଗଛରେ ୩ଟି ବିରଳ ପକ୍ଷୀ ଦେଖିବାକୁ ପାଇଥିଲେ ।

ଏପରି ପକ୍ଷୀ ଆଗରୁ ଦେଖି ନ ଥିବା ବେଳେ ଏମିତି ପକ୍ଷୀ କୁ ପ୍ରଥମ ଥର ଦେଖି ସେମାନେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ,ଖବର ଶୁଣି ଏହି ବିରଳ ପକ୍ଷୀ କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିବା ବେଳେ ବାହାରୁ ମଧ୍ୟ ଲୋକ ମାନେ ଆସି ପକ୍ଷୀଙ୍କୁ ଦେଖିଥିଲେ । ଏହି ପକ୍ଷୀ ତିନଟି ଗରୁଡ଼ ପକ୍ଷୀ ପରି ଦେଖାଯାଉଥିବା ବେଳେ ଗ୍ରାମବାସୀମାନେ ବନ ବିଭାଗକୁ ମଧ୍ୟ ଖବର ଦେଇଥିବା ସୂଚନା ମିଳିଛି ।ତେବେ ବନ ବିଭାଗ ଏ ପର୍ଯ୍ୟନ୍ତ ପହଞ୍ଚି ନଥିବା ବେଳେ,ଗ୍ରାମବାସୀମାନେ ପକ୍ଷୀଙ୍କୁ ସେହି ତାଳ ଗଛରେ ଯତ୍ନର ସହ ରଖିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.