ଭୟଙ୍କର ଭୂକମ୍ପ; ଡରିଲେନି ଡାକ୍ତର, ଜୀବନକୁ ବାଜିରେ ଲଗାଇ ଚାଲୁ ରଖିଲେ ଅପରେସନ୍, ଦେଖନ୍ତୁ ଭିଡ଼ିଓ
ହଲୁଥିଲା ବେଡ୍, ଥରୁଥିଲା କାନ୍ଥ, ଆଉ ଚାଲିଥିଲା ଅପରେସନ, ନିଜ ଜୀବନକୁ ବାଜିରେ ଲଗାଇ, ରୋଗୀର ଜୀବନ ବଞ୍ଚାଇଲେ ଡାକ୍ତର..
ଟୋକିଓ: ବୁଧବାର ଋଷର କାମଚଟକା ଉପଦ୍ବୀପରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି । ଏହି ଭୂକମ୍ପରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଏହା ପରର ସୁନାମୀ ଏବେ ରୁଷରେ ତାଣ୍ଡବ ରଚୁଛି । କିନ୍ତୁ ଏହା ଭିତରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି।
Doctors in Kamchatka kept calm during the powerful quake — and never stopped the surgery
They stayed with the patient until the end
The patient is doing well, according to the Health Ministry pic.twitter.com/swtdBFSpm5
— RT (@RT_com) July 30, 2025
ଋଷର କାମଚଟକା ଉପଦ୍ୱୀପରେ ଆସିଥିବା ଶକ୍ତିଶାଳୀ 8.8 ତୀବ୍ରତାର ଭୂମିକମ୍ପ ସମସ୍ତଙ୍କୁ ଦୋହଲାଇ ଦେଇଥିବା ବେଳେ ଡାକ୍ତରଙ୍କ ସାହସକୁ କିନ୍ତୁ ଦୋହଲାଇ ପାରିନଥିଲା । ଏଠି ନିଜ ଜୀବନକୁ ବାଜିରେ ଲଗାଇ ରୋଗୀର ଜୀବନ ବଞ୍ଚାଇଛନ୍ତି ଡାକ୍ତର ।
ଏହି ଭୟଙ୍କର ଭୂମିକମ୍ପ ଭିତରେ ଡାକ୍ତରମାନେ ଏକ ହସ୍ପିଟାଲରେ କିଛି ରୋଗୀଙ୍କ ଅସ୍ତ୍ରୋପଚାର କରୁଥିଲେ। ଏହି ସମୟ ମଧ୍ୟରେ, ସମ୍ପୂର୍ଣ୍ଣ ଅପରେସନ୍ ଥିଏଟର ଥରିବାକୁ ଲାଗିଥିଲା। ଏହା ସତ୍ତ୍ୱେ, ଡାକ୍ତରମାନେ ଅପରେସନ୍ ବନ୍ଦ କରିନଥିଲେ ଏବଂ ସର୍ଜରୀ ଜାରି ରଖିଥିଲେ। ତେବେ ଅପରେସନ୍ ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି ।
ଶେଷ ପର୍ଯ୍ୟନ୍ତ ଅସ୍ତ୍ରୋପଚାର ଜାରି ରଖିଲେ
ଭୂମିକମ୍ପ ସମୟରେ ଦୋହଲୁଥିବା ଅସ୍ତ୍ରୋପଚାର ଥିଏଟରରେ ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରୁଥିବା ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର କୋଠାଟି ବହୁତ ଜୋରରେ ଥରୁଥିବା ଦେଖାଯାଉଥିଲା। କିନ୍ତୁ ଡାକ୍ତରମାନେ ଅସ୍ତ୍ରୋପଚାର ବନ୍ଦ କରିନଥିଲେ। ସେମାନେ ଶେଷ ପର୍ଯ୍ୟନ୍ତ ସେମାନଙ୍କର କାମ ଜାରି ରଖିଥିଲେ। ତେବେ ଏବେ ସମସ୍ତେ ଡାକ୍ତରଙ୍କ ସାହସକୁ ପ୍ରଶଂସା କରୁଛନ୍ତି।