fbpx
BSKY
BJD MC SKY
BJD YOUTH SKY

(Video): ଶ୍ରୀ କଳକୀ ଧାମ୍ ଶିଳାନ୍ୟାସ ଉତ୍ସବ, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ପ୍ରଶଂସାରେ ଏମତି କିଛି କହିଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭଳ ଜିଲ୍ଲାରେ ଏଚୋଡ଼ା କମ୍ବୋହ ସ୍ଥିତ ଶ୍ରୀ କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ପରେ କଳକୀ ଧାମ୍ ହେଉଛି ଦ୍ୱିତୀୟ ଆଧ୍ୟାତ୍ମକ ସ୍ଥଳ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ପୂର୍ବ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ପ୍ରଶଂସା କରିଥିଲେ ।

ଉତ୍ତରପ୍ରଦେଶର ସମ୍ଭଳ ଜିଲ୍ଲାରେ ଶ୍ରୀ କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ, ‘ଭକ୍ତି ଏବଂ ଆଧ୍ୟାତ୍ମିକତାର ଆଉ ଏକ ସ୍ରୋତ ପ୍ରବାହିତ ହେବାକୁ ଯାଉଛି । ଆଜି ଭବ୍ୟ କଳକୀ ଧାମର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସୌଭାଗ୍ୟ ମୋତେ ମିଳିଛି । ଏହା ଭାରତୀୟ ଆସ୍ଥାର ଆଉ ଏକ ବିରାଟ କେନ୍ଦ୍ର ଭାବରେ ଉଭା ହେବ । ଏଥିପାଇଁ ସମସ୍ତ ଦେଶବାସୀ ଓ ବିଶ୍ୱର ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଶୁଭକାମନା ଜଣାଉଛି ।’ ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ପ୍ରଶଂସା କରି କହିଥିଲେ, ‘ମୁଁ ପ୍ରମୋଦ କୃଷ୍ଣମଙ୍କୁ ଜଣେ ରାଜନୈତିକ ବ୍ୟକ୍ତିତ୍ୱ ଭାବରେ ଦୂରରୁ ଜାଣିଥିଲି । କିନ୍ତୁ କିଛି ଦିନ ପୂର୍ବରୁ ତାଙ୍କୁ ଭେଟିବା ପରେ ଜାଣଇବାକୁ ପାଇଲି ଯେ ସେ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ କେତେ ପରିଶ୍ରମ କରୁଛନ୍ତି । ଏହା ପୂର୍ବରୁ କଳକୀ ମନ୍ଦିର ପାଇଁ ପୂର୍ବ ସରକାରଙ୍କୁ ଅନେକ ଥର କୋର୍ଟ ଦୌଡ଼ିବାକୁ ପଡ଼ିଥିଲା । ଆଜି ଆମ ସରକାର ନିଶ୍ଚିନ୍ତ ହୋଇ ଏହି କାର୍ଯ୍ୟ ଆରମ୍ଭ କରିପାରିଛି ।’
ଏହା ସହ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତଙ୍କ ପାଖରେ କିଛି ନା କିଛି ଦେବା ପାଇଁ ଥାଏ କିନ୍ତୁ ମୋ ପାଖରେ କିଛି ନାହିଁ । ମୁଁ କେବଳ ମୋ ଭାବନା ବ୍ୟକ୍ତ କରିପାରିବି । ଭଲ ହୋଇଛି ମୁଁ କିଛି ଦେଇ ନାହିଁ ନଚେତ୍ ଆଜିକାଲି ଯୁଗ ଏପରି ବଦଳିଯାଇଛି ଯେ ସୁଦାମା ଶ୍ରୀ କୃଷ୍ଣଙ୍କୁ ଚାଉଳ ପୁଟୁଳି ଦେଲେ ବି ଭିଡ଼ିଓ ସାମ୍ନାକୁ ଆସିଥାନ୍ତା । ଏହା ସହ ସୁପ୍ରିମକୋର୍ଟରେ ଏକ PIL ଦାଖଲ ହୋଇଥାନ୍ତା ଏବଂ ଏହି ଫଇସଲା ଆସିଥାନ୍ତା ଯେ ଭଗବାନ ଶ୍ରୀ କୃଷ୍ଣଙ୍କୁ ଭ୍ରଷ୍ଟାଚାରରେ କିଛି ଦିଆଯାଇଛି ଏବଂ ଭଗବାନ କୃଷ୍ଣ ଭ୍ରଷ୍ଟାଚାର କରୁଥିଲେ ।

Get real time updates directly on you device, subscribe now.