fbpx
BJD
BJD SKY
BJD SKY

ପାକିସ୍ତାନ ଅର୍ଥନୀତିଠୁ ବଡ଼ ‘TATA Group’: ଅନ୍ଧାରରେ ପଡ଼ୋଶୀ ରାଷ୍ଟ୍ରର ଭବିଷ୍ୟତ…

ନୂଆଦିଲ୍ଲୀ: ‘TATA Group’ର ମାର୍କେଟ ପୁଞ୍ଜିକରଣ ବର୍ତ୍ତମାନ ପାକିସ୍ତାନର ସମଗ୍ର ଅର୍ଥନୀତିକୁ ମଧ୍ୟ ପଛରେ ପକାଇବା ପାଇଁ ସକ୍ଷମ ହୋଇଛି । କାରଣ ଗୋଟିଏ ବର୍ଷରେ କଙ୍ଗଲୋମେରେଟର ବିଭିନ୍ନ କମ୍ପାନୀ ଦେଇଥିବା ରିଟର୍ଣ୍ଣ ଟାଟା ଗ୍ରୁପକୁ ଏହି ସଫଳତା ପାଇଁ ସକ୍ଷମ କରାଇଛି । ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିକରଣ ୩୬୫ ବିଲିୟନ ଡଲାରରେ ଥିବାବେଳେ ପାକିସ୍ତାନର GDP ପ୍ରାୟ ୩୪୧ ବିଲିୟନ ଡଲାର ଥିବା ଆକଳନ କରିଛି IMF । ସେହିପରି ଭାରତର ଦ୍ୱିତୀୟ ବୃହତ୍ତମ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସର ମୂଲ୍ୟ ୧୭୦ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ପାକିସ୍ତାନ ଅର୍ଥନୀତିର ପ୍ରାୟ ଅଧା ଆକାର ।

ଗତ ବର୍ଷକ ମଧ୍ୟରେ ଟାଟା ମୋଟର୍ସ ଏବଂ ଟ୍ରେଣ୍ଟ ଏବଂ ଟାଇଟାନ, TCS ଏବଂ ଟାଟା ପାୱାରରୁ ମିଳିଥିବା ରିଟର୍ଣ୍ଣ ଯୋଗୁଁ ଟାଟା ଗ୍ରୁପ୍‌ ଆଜି ଏହି ସଫଳତା ହାସଲ କରିପାରିଛି । ଗତ ବର୍ଷରେ ଅତିକମରେ ୮ ଟାଟା କମ୍ପାନୀ ଦୁଇଗୁଣରୁ ଅଧିକ ସମ୍ପତ୍ତି ପାଇଛନ୍ତି । TRF, ଟ୍ରେଣ୍ଟ, ବନାରସ ହୋଟେଲ୍, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ୍, ଟାଟା ମୋଟର୍ସ, ଗୋଆର ଅଟୋମୋବାଇଲ କର୍ପୋରେସନ ଏବଂ ଆର୍ଟସନ୍ ଇଞ୍ଜନିୟରିଙ୍ଗ ଇତ୍ୟାଦି ଏଥିରେ ସାମିଲ ରହିଛି । ଏହାବ୍ୟତୀତ ଟାଟା କ୍ୟାପିଟାଲ ଆସନ୍ତାବର୍ଷ ସୁଦ୍ଧା IPO ଆଣିବାକୁ ଥିବା ବେଳେ ଏହାର ବଜାର ମୂଲ୍ୟ ୨.୭ ଲକ୍ଷ କୋଟିରେ ପହଞ୍ଚିଛି ।

ତେବେ ପାକିସ୍ତାନର GDP ୨୦୨୨ ଆର୍ଥିକ ବର୍ଷରେ ମାତ୍ର ୬.୧% ବୃଦ୍ଧି ପାଇଥିବା ବେଳେ ୨୦୨୧ ଆର୍ଥିକ ବର୍ଷରେ ୫.୮% ଥିବା ରେକର୍ଡ କରାଯାଇଛି । ବନ୍ୟା ଯୋଗୁଁ ଦେଶରେ ଅନେକ ପରିମାଣରେ କ୍ଷୟକ୍ଷତି ରେକର୍ଡ ହୋଇଛି । ଯେଉଁଥିପାଇଁ ପ୍ରାୟ ୧୨୫ ବିଲିୟନ ଡଲାର ବାହ୍ୟ ଋଣରେ ବୁଡ଼ି ରହିଛି ପାକିସ୍ତାନ । ତେବେ ଜୁଲାଇ ମାସ ସୁଦ୍ଧା ଦେଶ ୨୫ ବିଲିୟନ୍ ବାହ୍ୟ ଋଣ ପରିଶୋଧ କରିବା ପାଇଁ ଚେଷ୍ଟା କରୁଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରୁ ଏହାର ୩ ବିଲିୟନ ଡଲାର ପ୍ରୋଗ୍ରାମ ମଧ୍ୟ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ବେଳେ ଫରେନ୍ ଏକ୍ସଚେଞ୍ଜ ରିଜର୍ଭ ୮ ବିଲିୟନ୍ ଡଲାରରେ ସ୍ଥିର ରହିଛି ।

Get real time updates directly on you device, subscribe now.