fbpx

ମାୟାବତୀ ଦେଲେ ନୂଆ ଅପଡେଟ୍‌, ଗୁଜବକୁ ସାବଧାନ ରହିବାକୁ କର୍ମୀଙ୍କୁ ଦେଲେ ପରାମର୍ଶ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି) ପ୍ରମୁଖ ମାୟାବତୀ ସୋମବାର ପୁଣି ଥରେ କହିଛନ୍ତି କି ତାଙ୍କ ଦଳ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢିବ । ସେ ନିଜ ଦଳର କର୍ମୀଙ୍କୁ ଗୁଜବ ବା ମିଥ୍ୟା ପ୍ରଚାର ଠାରୁ ଦୂରେଇ ରହିବାକୁ ସାବଧାନ କରି ଦେଇଛନ୍ତି ।

ମାୟାବତୀ ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଏସପି କୌଣସି ବି ଦଳ ସହ ମେଣ୍ଟ କରିବ ନାହିଁ । ବାରବାର ଘୋଷଣା କରିବା ପରେ ବିମେଣ୍ଟକୁ ନେଇ ଗୁଜବ ପ୍ରଚାର ହେଉଛି । ଏହା ପ୍ରମାଣିତ କରିଦେଉଛି କି ବିଏସପି ବିନା କିଛି ଦଳର ଏଠି ତଣ୍ଟିରେ ଡାଲି ବି ଗଳୁନି । କିନ୍ତୁ ଏମାନେ ଜାଣିନେବା ଉଚିତ କି ବିଏସପି ଲାଗି ଜନତାଙ୍କ ହିତ ହିଁ ସର୍ବୋପରି ଅଟେ ।

ସେ କହିଛନ୍ତି ସର୍ବସମାଜ ବିଶେଷକରି ଗରିବ, ଶୋଷିତ ଓ ଉପେକ୍ଷିତଙ୍କ ହିତ ତଥା କଲ୍ୟାଣ ଲାଗି ବିଏସପିର ଏହି ନିଷ୍ପତ୍ତି ଅଟଳ ରହିବ । ଆମ ଦଳ ସାରା ଦେଶରେ ଏହାର ନିଜ ଲୋକଙ୍କ ମନବଳ, ଶରୀର ବଳ ଓ ଧନର ସାହାରାରେ ନିର୍ବାଚନ ଲଢିବ ।

Get real time updates directly on you device, subscribe now.