fbpx

ନିର୍ବାଚନ ପାଇଁ ଟିକେଟ କସରତ, ମାର୍ଚ୍ଚ ପହିଲା ସୁଦ୍ଧା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ନିର୍ବାଚନ ଲାଗି ଆରମ୍ଭ ହେଲାଣି ଟିକେଟ କସରତ । ମାର୍ଚ୍ଚ ପହିଲା ସୁଦ୍ଧା କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରାଯିବ ବୋଲି ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ପ୍ରଗମନ ଆପରେ ଟିକେଟ ଆବେଦନ କରିଥିବା ପ୍ରାର୍ଥୀଙ୍କ ଉପରେ ବୈଠକରେ ଆଲୋଚନା କରାଯିବ ଓ ଏହାପରେ ସ୍କ୍ରିନିଂ କମିଟିକୁ ପ୍ରାଥୀଙ୍କ ତାଲିକା ପଠାଯିବ ବୋଲି ଜଣାଯାଇଛି।

ଆଗୁଆ ଟିକଟ ପ୍ରଦାନ ପାଇଁ ପିଇସି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପିସିସି ସଭାପତିଙ୍କ ସମେତ ପ୍ରଦେଶ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ପ୍ରଗମନ ଆପରେ ବିଧାୟକ ପାଇଁ ୩୦୦୦ ଓ ସାଂସଦ ପାଇଁ ୭୦୦ଜଣ ଆଶାୟୀ ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୭୦ଟି ଆସନ ଲାଗି ଟିକେଟ ଘୋଷଣା କରିବ କଂଗ୍ରେସ। ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯାୟ ଟିକେଟ ଘୋଷଣା ହେବ ବୋଲି ଜଣାଯାଇଛି।

Get real time updates directly on you device, subscribe now.