fbpx

(Video)ଗ୍ରେଟର ନୋଏଡାର ହାଇରାଇଜ ସୋସାଇଟିରେ ଅଟକିଲା ଲିଫ୍ଟ,ଫସିଥିଲେ ୪ ଜଣ

ଗ୍ରେଟର ନୋଏଡା : ଦେଶର ବଡ ସହରମାନଙ୍କରେ ଥିବା ସୋସାଇଟିରେ ଲିଫ୍ଟର ଅନେକ ଦୁର୍ଘଟଣା ଦେଖିବାକୁ ମିଳିଥାଏ । ଦିଲ୍ଲୀ ଏନସିଆର ଏବଂ ଗ୍ରେଟର ନଏଡାରୁ ମଧ୍ୟ ଏପରି ଖବର ସାମ୍ନାକୁ ଆସିଛି । ତେବେ ସବୁଠାରୁ ତାଜା ଘଟଣା ଏବେ ସାମ୍ନାକୁ ଆସିଛି । ଗ୍ରେଟର ନଏଡାରେ ଏକ ଲିଫ୍ଟ ପ୍ରାୟ ୨୦ ମିନିଟ ଧରି ଅଟକି ରହିଥିଲା । ଏଥିରେ ଜଣେ ବୃଦ୍ଧ ମହିଳାଙ୍କ ସମେତ ୪ ଜଣଙ୍କ ଏଥିରେ ଥିଲେ । ଏହି ଲିଫ୍ଟ ପ୍ରାୟ ୨୦ ମିନିଟ ଅଟକି ଥିଲା । ଏହା ପରେ ଉଦ୍ଧାରକାରୀ ଦଳ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ ।

ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଏହି ଲିଫ୍ଟରେ ଥିବା ଲୋମାନେ କେତେ ପରିମାଣର ଭୟଭିତ ହେଉଛନ୍ତି ତାହା ତାଙ୍କ ମୁହିଁରେ ଜଣା ପଡୁଛି । ଏହି ଲିଫ୍ଟରେ ଜଣେ ବୃଦ୍ଧ ମହିଳାଙ୍କ ସମେତ ୪ ଜଣ ଥିଲେ । ଏହି ଲିଫ୍ଟରେ ସେମାନେ ଯାଉଥିବା ସମୟରେ ହଠାତ ଲିଫ୍ଟ ଟି ବନ୍ଦ ହୋଇଯାଇଥିଲା । ଏହା ପରେ ଲିଫ୍ଟରେ ଥିବା ଲୋକମାନେ ଆଲାରାମ ବଜାଇବା ସହିତ ଜରୁରୀକାଳୀନ ବଟନ ମଧ୍ୟ ଦବାଇଥିଲେ । ଲୋକମାନେ ଭୟଭିତ ହୋଇ ପାଟି କରିବା ଆରମ୍ଭ କରିଥିଲେ । ଏହା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ ।ଏହି ଲିଫ୍ଟର ଲକ ଖୋଲିବା ପରେ ଲୋକମାନଙ୍କୁ କୌଣସି ପ୍ରକାରରେ ବାହାରକୁ ବାହାର କରାଯାଇଥିଲା । ଲୋକମାନେ ଏଥିରେ ୧୫ରୁ ୨୦ ମିନିଟ ଅଟକି ରହିଥିଲେ । ଲିଫ୍ଟରେ ଅଟକି ରହିଥିବାକୁ ବୃଦ୍ଧ ମହିଳା ଜଣଙ୍କୁ ଅଧିକ କଷ୍ଟ ଅନୁଭବ ହୋଇଥିଲା ।

Get real time updates directly on you device, subscribe now.