fbpx

Video: ପୋଲିସ ହେବ ତ ଏମିତି, ପୋଲିସ ବାବୁଙ୍କୁ ଦେଖି ଦୌଡ଼ି ଆସନ୍ତି ବୁଲା ଷଣ୍ଢ…

Advertisement

ପୁରୀ: ଚୋର ହେଉ ଅବା ଡକାୟତ, ଅପରାଧୀ ହେଉ କି ସାଧାରଣ ଜନତା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରେ ପୋଲିସ। ଅପରାଧ ପାଇଁ ସାମାନ୍ୟ ମନ ବଳାଇଥିବା ବ୍ୟକ୍ତି ତାହା ଗାଡିର ସାଇରନ ଆଉ ତା ବର୍ଦୀ ଚି଼ହ୍ନ ଦେଖି ଥର ହର ହୋଇଯାଏ। ଏମିତିକି ପୁଅ ଦୁଷ୍ଟାମୀ କଲେ ମା କହେ ଚୁପ୍ ହୋଇ ଶୋଇପଡ ପୋଲିସ ମାମୁଁ ଆସୁଛି। ଏହି ଡର ସୃଷ୍ଟି କରୁଥିବା ପୋଲିସ ବର୍ଦୀ ପିନ୍ଧା ମଣିଷ ଭିତରେ ହୃଦୟଟିଏ ଅଛି ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ସବଇନିସ୍ପେକଟର ଅଶୋକ ଦାସ।

ଅବହେଳିତ ଅସହାୟକୁ ହେଉଛନ୍ତି ସହାୟ, ଗୋରୁଙ୍କୁ ଖାଇବା ଦେବା ହେଉ କି ବୁଲା ଷଣ୍ଢ, ବିଭିନ୍ନ ଜୀବଙ୍କ ଭୋକ ମେଣ୍ଟାଉଛନ୍ତି। ରାତି ପାହି ସକାଳ ହେଲେ ଚାଲି ଚାଲି ପହଂଚି ଯାଆନ୍ତି ସବ ଇନିସ୍ପେକଟର ଅଶୋକ ଦାସ ଅସ୍ତରଙ୍ଗ ବଜାରରେ। ଆଉ ତାଙ୍କ ସ୍ନେହ ମମତା ରେ ବାନ୍ଧି ହୋଇ ତାଙ୍କ ନିକଟକୁ ଧାଇଁ ଆସନ୍ତି ତାଙ୍କ ଭଲ ପାଇବାରେ ବାନ୍ଧି ହୋଇଥିବା ବୁଲା ଗାଈ ଗୋରୁ ଓ ଷଣ୍ଢ। ବୁଲି ବୁଲି ନିଜେ ଅଶୋକ ଦାସ ପ୍ରତ୍ୟେକ ଦିନ ଖାଇବାକୁ ଦେଉଛନ୍ତି ଏମାନଙ୍କୁ।

ନିଜ ପକେଟରୁ ଖର୍ଚ୍ଚ କରି ବୁଲା ଗାଈ ଗୋରୁଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଅଶୋକ ଦାସ। ଏପରି କାର୍ଯ୍ୟ କରି ଆତ୍ମ ତୃପ୍ତି ପାଉଛନ୍ତି ବୋଲି ସେ କହିଛନ୍ତି। ଜଣେ କର୍ତ୍ତବ୍ୟ ନିଷ୍ଟ ପୋଲିସ କର୍ମଚାରୀ ଏଭଳି କାର୍ଯ୍ୟ ପାଇଁ ସବୁ ମହଲରୁ ପ୍ରଶଂସା କରାଯାଉଛି। ଏହି ଘଟଣା ରୁ ଗୋଟେ କଥା ସ୍ପଷ୍ଟ କରୁଛି ଯେ ଆପଣଙ୍କ ପୋଲିସ ଆପଣଙ୍କ ସେବାରେ।

Get real time updates directly on you device, subscribe now.