fbpx

Video; ସର୍ମ୍ପକର ମୂଳମନ୍ତ୍ର ପ୍ରେମ, ଭାବବିହ୍ୱଳ କରିଦେବ ଏହି ବୃଦ୍ଧ ଦମ୍ପତିଙ୍କ ଭିଡିଓ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପ୍ରେମ କେବେ ଜାତି, ଧର୍ମ ଓ ବର୍ଣ୍ଣର ବାଛ ବିଚାର ରଖେ ନାହିଁ । ଏହା କେତେବେଳେ , କିପରି ଓ କାହା ସହ ହୋଇଥାଏ ତାହା ମଧ୍ୟ କାହାକୁ ଜଣାନାହିଁ । ପ୍ରେମର ଅନେକ ଅର୍ଥ ରହିଛି ଆଉ ତାକୁ ଯିଏ ଯେଉଁ ପ୍ରକାରରେ ବୁଝିଥାଏ ତାହା ହିଁ ସର୍ମ୍ପକର ମୁଳତତ୍ୱ । ପ୍ରେମବିନା ଜୀବନ ରଙ୍ଗ ହୀନ । କେବେ ଏହା ଆଖିରେ ଆଖିରେ ହୁଏ ତ କେବେ ପୁଣି ଇସାରାରେ ।

ହେଲେ ଏବେ ଏହି ପ୍ରେମର ସଂଜ୍ଞା ବଦଳିଲାଣି, ଏହା ଆଉ ତ୍ୟାଗ ନହୋଇ ଭୋଗ ଆଡ଼କୁ ସଙ୍କ୍ରମଣ ହେଲାଣି । ଆଜି ଆମେ ଏମିତି ଏକ ଭିଡିଓ ଆପଣଙ୍କୁ ଦେଖାଇବୁ ଯାହା କେବଳ ନିଃସ୍ୱାର୍ଥ ଭଲପାଇବା ଓ ପ୍ରକୃତ ପ୍ରେମର ନିଦର୍ଶନକୁ ସୂଚାଉଛି । ଭିଡିଓରେ ବୃଦ୍ଧ ଦମ୍ପତ୍ତିଙ୍କ ଜୀବନଚର୍ଯ୍ୟାର କିଛି ଝଲକ ରହିଛି । ଯାହା କାହାରିବି ଆଖିରେ ସହଜରେ ଲୁହ ଆଣିଦେବ । ବୃଦ୍ଧାବସ୍ଥାରେ ସମସ୍ତେ ପ୍ରାୟ ଦୁର୍ବଳ ହୋଇଯାନ୍ତି, ଯାହା ଏଠିବି ଦେଖିବାକୁ ମିଳୁଛି ।

ସ୍ତ୍ରୀର ସେବା କରୁଛି ସ୍ୱାମୀ, ବିଛଣାରେ ଶୋଇ ରହିଛନ୍ତି ବୃଦ୍ଧା ଜଣଙ୍କ । ବୃଦ୍ଧ ଜଣଙ୍କ ତାଙ୍କ ପତି ଧର୍ମର ପୂରା ଲିଭୋଉଥିବା ଦେଖିବାକୁ ମିଳୁଛି। ଭିଡ଼ିଓରେ ବୃଦ୍ଧ ଜଣକ କିଛି ଖାଉବା ଆଣି ବୃଦ୍ଧାଙ୍କୁ ଖୋଇଦେଉଛନ୍ତି । ଯାହା ଖୁବ ଭାବାତ୍ମକ, ଯିଏ ଦେଖିବ ଭାବବିହ୍ୱଲ କରିଦେବ। ଏହି ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟପର୍ମ ସାଇଟ୍ ଟ୍ୱିଟରରେ ପୋଷ୍ଟ କରାଯାଇଛି ଯାହାକୁ ଅନେକ ଲୋକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.