fbpx

(Video) ବାସିବ ପୂରା ଅଯୋଧ୍ୟା ନଗରୀ; ଆସିଲା ୧୦୮ ଫୁଟ ଲମ୍ବ ଓ ୩୫୦୦ କେଜି ଓଜନର ଧୂପକାଠି…

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିରର ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ଆଗାମୀ ୨୨ ଜାନୁଆରୀ ୧୨ଟା ୨୦ ମିନିଟରେ ହେବ । ରାମ ମନ୍ଦିରର ନିର୍ମାଣ କରୁଥିବା ସଂସ୍ଥା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ସୋମବାର ଦିନ ଏହି କଥା କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ପ୍ରାଣ-ପ୍ରତିଷ୍ଠା ଦ୍ୱିପ୍ରହର ୧୨ଟା ୨୦ ମିନିଟ ସମୟରେ ହେବ । ଏଥିପାଇଁ୨୨ ଜାନୁଆରୀରେ ଅଯୋଧ୍ୟାରେ ନିର୍ମିତ ମହାନ ରାମ ମନ୍ଦିରରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏ ବାବଦରେ ଜୋରଦାର ପ୍ରସ୍ତୁତି ଚାଲିଛି।

ଏହାରି ଭିତରେ ଅନେକ ଲୋକ ମନ୍ଦିର ପ୍ରତିଷ୍ଠା ପାଇଁ ବହୁତ କିଛି ଦାନ ଦେଉଛନ୍ତି। କିଏ ଘଣ୍ଟି ଦାନ କରୁଛି ତ କିଏ ସୁନା କଠଉ । ହେଲେ ଏବେ କିନ୍ତୁ ସମସ୍ତଙ୍କୁ ଚକିତ କରିଦେଲା ଭଳି ଏକ ଧୂପକାଠି ଅଯୋଧ୍ୟାକୁ ଯାଉଛି । ଧୂପକାଠିର ଲମ୍ବ୧୦୮ ଫୁଟ ଆଉ ଓଜନ 3500 କିଲୋ । ତେବେ ଏତେ ବଡ଼ ଧୂପକାଠି କେବେ କେହି ଦେଖିନଥିବେ । ଧୂପକାଠିଟି ଏକ ବଡ଼ ଲରିରେ ଫୁଲରେ ସଜା ହେଇ ଯାଉଛି।ଏହାର ଏକ ଭିଡ଼ିଓ ଟ୍ୱିଟରରେ ସେୟାର କରାଯାଇଛି। ତେବେ ଏହି ଭିଡିଓକୁ ମୁକେଶ ଆମ୍ୱାନି ନିଜେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

 

Get real time updates directly on you device, subscribe now.