ଭୁବନେଶ୍ୱର : ସାମାଜିକ ପ୍ରଥାକୁ ପାସୋରି ଦେଲାଣି ସୋସିଆଲ ମିଡିଆ । ଧିରେ ଧିରେ ନିଜର ହିତାହତ ଜ୍ଞାନ ହରେଇଲେଣି ଲୋକେ । ଗୋଟେ ଆଡ଼ୁ ଦେଖିବାକୁ ଗଲେ ଆଧୋନିକତା ନାଁରେ ସଂସ୍କୃତିର ସତ୍କାର କରିସାରିଲେଣି ଯୁବପିଢ଼ି । ଲାଗୁଛି ସତେ ଯେପରି ସେମାନଙ୍କୁ ପୁରାପୁରି ସଙ୍କ୍ରମଣ କରି ସାରିଲାଣି କୁସଂସ୍କାର । ନିଜର ସ୍ୱାର୍ଥ ଆଉ କିଛିଟା ଗଙ୍କା ପାଇଁ ସେମାନେ ଏବେ କିଛି ବି କରିବାକୁ ପଛାଉ ନାହାଁନ୍ତି ।
ସେମିତି ଅନେକ ଘଟଣା ଏବେ ସୋମିଆଲ ମିଡିଆରେ ଘୁରି ବୁଲୁଛି । ହେଲେ ଆମେ ଯେଉଁ ଭିଡିଓ କଥା କହୁଛୁ ଯାହା ଜାଣିଲେ ଆପଣ ବି ହଇରାଣ ହୋଇଯିବେ, କେବଳ ନିଜର ଇନଷ୍ଟାଗ୍ରାମ୍ ପେଜରେ କିଛିଟା ଲାଇକ୍ ପାଇଁ ସମ୍ପର୍କର ମର୍ଯ୍ୟାଦା ଭୁଲିଲେ ମହିଳା । ଶେଷରେ ନିଜ ପୁଅ ସହ ରୋମାନ୍ସ ରିଲ୍ସ୍ ସୁଟ୍ କରିବାକୁ ପଛାଇଲେନି । ଏ ଦୃଶ୍ୟ ଏବେ ଏତେ ଭାଇରାଲ ହେଲାଣି ଯେ ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବି ଏକ୍ଲରେ ଟ୍ୟାଗ୍ କରା ଯାଇଛି ।
ଟ୍ୟାଗ୍ କରାଯାଇ ସମାଜରେ ଅପ ସଂସ୍କୃତି ପ୍ରଚାର ହେଉଥିବା କୁହା ଯାଇଛି । ଏଥି ସହିତ କୁହାଯାଇଛି କି ଇନଷ୍ଟାଗ୍ରାମକୁ ବନ୍ଦ କରିଦିଆଯାଉ । ଭିଡିଓଟିକୁ @TheJonyVerma ନାମକ ଏକ ଏକ୍ସ ଆକାଉଣ୍ଟରୁ ପୋଷ୍ଟ କରା ଯାଇଛି । ଏହି ପୋଷ୍ଟରେ ଅନେକ ଲୋକ ସେମାନଙ୍କୁ କମେଣ୍ଟରେ ଭର୍ତ୍ସନା କରିଛନ୍ତି ।
ଆଉ ସେ ଲେଖିଛନ୍ତି- ଦୁନିଆ ଶେଷ ହେବାକୁ ଯାଉଛି ?
ମା’ ପୁଅ,
ସମସ୍ତେ ଟଙ୍କା ରୋଜଗାର ଚକର୍ ରେ ଥିବେ ?
ଇନଷ୍ଟାଗ୍ରାମ ବନ୍ଦ କରନ୍ତୁ @narendramodi
दुनिया खत्म होने के कगार पर है ??
मां बेटा,
सब पैसे कमाने के चक्कर में लगे होंगे ??
इंस्टाग्राम बंद करो @narendramodi pic.twitter.com/8bKMEg2g9a
— Adv Jony Ambedkarwadi 🇮🇳 (@TheJonyVerma) November 7, 2024