fbpx

Video; BMC ଅଫିସରେ ପଶି ପରିସ୍ରା କଲେ ମହିଳା, ମୁଣ୍ଡରେ ହାତ ଦେଲେ ଅଫିସର

ଭୁବନେଶ୍ୱର: ଶୁକ୍ରବାର ବିଏମ୍‌ସି କାର୍ଯ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାରମ୍ବାର ଦୌଡ଼ିବା ସତ୍ତ୍ୱେ ଡ୍ରେନ୍ କାମ ହେଉନଥିବାରୁ ଏଭଳି ପ୍ରତିବାଦ ପନ୍ଥାକୁ ଆପଣାଇଥିଲେ ଶବର ସାହିର ମହିଳା । ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି । ଡକାଡକି ହୋଇ ଆସିଲେ ଅନେକ ମହିଳା ବିଏସି ଅଫିସ ଭିତରେ ପଶି ପରିସ୍ରା କଲେ , ମୁଣ୍ଡରେ ହାତ ଦେଲେ ଅଫିସର। ଯେଉଁଠି ଗୋଡ ଟେକି ବସି ରହିଛନ୍ତି ଅଫିସରମାନେ। କାହିଁକି ଅଫିସ ଭିତରର ଅବସ୍ଥା ମହିଳାମାନେ ଏମିତି କରିଛନ୍ତି ଯେ ନା ଅଫିସରମାନେ କିଛି କରି ପାରୁଛନ୍ତି ନା କରି ପାରୁଛନ୍ତି।

ସବୁ କିଛଇ ଦେଖି ଚୁପ୍ ରହିଛନ୍ତି। କେମିିତ ବା ଚୁପ୍ ରହିବେ ମହିଳାମାନେ ଅଫିସ ଭିତରେ ପଶି ପରିସ୍ରା କରିବା ତାଙ୍କର ଯେମିତିିକି ଭୁଲ ନୁହେଁ ଏଭଳି କାମ କରିବାକୁ ମହିଳାଙ୍କୁ ବାଧ୍ୟ କରିବା ସେତକତତ ଭୁଲ। କାହିଁକି ଦୀର୍ଘ ଧରି ଶବର ସାହିର ବାସିନ୍ଦା ଡ୍ରେନ ପାଣିର ଗନ୍ଧରେ ଶଢୁଥିବା ବେଳେ ବର୍ଷା ହେଲେ ମଳମୂତ୍ର ସବୁ ପାଣି ଯାଇ ତାଙ୍କ ହାଣ୍ଡିଶାଳ ଭିତରେ ପଶୁଛି ଏକପ୍ରକ।।ର ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ସେ ଜୀବନ କାଟୁଥିବା ବେଳେ ଏହି ସମ୍ୟସାର ସମାଧାନ ଦୀର୍ଘ ଦିନ ଧରିୁ ଅଭିଯୋଗ କରି ଆସୁଥିଲେ , ହେଷଲ ଅଭିଯୋଗକୁ କେହି ଶୁଣି ନଥିଲେ। ଯାହାକୁ ନେଇ ତାତିଲେ। ଶବର ସାହିର ବାସିନ୍ଦା, ଯେତେବେବେଳେ ସହିବାର ସୀମା ଟପିଲା ସେତେବେଳେ ବାଧ୍ୟ ସଦଳବଳେ ଯାଇ ପହଂଚିଥିଲେ ବିଏମସି ଅଫିସରେ।

ଆଉ ଭଲକି ଶୁଣାଇଥିଲେ ଘର ଭିତରେ ଡ୍ରେନ୍ ପାଣି ପଶୁଛି । ଭଲରେ ଖାଇପାରୁନି କି ଶୋଇ ପାରୁନୁ । ତୁମେ ଏଠି ଏସିରେ ବସି ଆରାମ କରୁଛ । ଏବେ ତୁମେ ଭୋଗିବ । ତୁମ ଦପ୍ତରକୁ ବି ପରିସ୍ରାରେ ଭସାଇ ଦେବୁ । ତା ପରେ ଯାଇ ତୁମେ ବୁଝିପାରିବ ଆମ କେମିତି ରହୁଛୁ । ବିଏମ୍‌ସି ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ଏମିତି ଗର୍ଜିଥିଲେ ୪୫ନଂ ୱାର୍ଡ ଶବର ସାହିର ମହିଳାମାନେ । ଏତିକିରେ ଅଟକି ନ ଥିଲେ । ଯନ୍ତ୍ରୀଙ୍କୁ ବୁଦ୍ଧି ଶିଖାଇବାକୁ ସେହି ପ୍ରକୋଷ୍ଠରେ କିଛି ମହିଳା ପରିସ୍ରା କରିଦେଇଥିଲେ । ତୁରନ୍ତ କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୪୫ ନଂ ୱାର୍ଡ କର୍ପୋରେଟର ଅମରେଶ ଜେନା ମହିଳାଙ୍କୁ ବୁଝାଶୁଝା କରିବା ପରେ ସେମାନେ ପ୍ରତିବାଦରୁ ହଟିଥିଲେ ।

ତେବେ ସିଟି ଇଞ୍ଜିନିୟର ବିଳାସ କୁମାର ବେହେରା କହିଛନ୍ତି, ୧୧ କେଭି ଓ ଏଲ୍‌ଟି ଲାଇନ୍ ଯୋଗୁ ଡ୍ରେନ୍ କାମ ଆଗେଇ ପାରୁନି । ଏହାକୁ ସ୍ଥାନାନ୍ତର ପାଇଁ ଆମେ ଅନେକ ଥର ଟାଟା ପାୱାରକୁ ଚିଠି ଲେଖିଲୁଣି । ଆମ ଭିତରେ ଆଲୋଚନା ବି ହୋଇଛି କିନ୍ତୁ ସେମାନେ ଏହାକୁ ସ୍ଥାନାନ୍ତର କରୁନାହାନ୍ତି । ଆମେ ଏହା ପାଖକୁ ଲାଗି ଖୋଳି ଦେଲେ ଏହା ତଳେ ପଡ଼ିଯିବ । ଏଥିପାଇଁ ଏହାକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଆମେ ଆଜି ଆଉ ଥରେ ଆଲୋଚନା କରିଛୁ । ଏହା ହଟିଗଲେ ତତ୍କାଳ କାମ ଆରମ୍ଭ ହେବ । ମହିଳାମାନେ ଯିବା ପରେ ସଫେଇ କର୍ମଚାରୀଙ୍କୁ ଡାକି ତୁରନ୍ତ ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠକୁ ସଫା କରାଯାଇଥିଲା ।

 

Get real time updates directly on you device, subscribe now.