ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ: ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଉ ଜଣେ ବଡ଼ ଅଫିସର । ବଡ଼ବାବୁଙ୍କ ସମ୍ପତ୍ତି ଉପରେ ପଡ଼ିଛି ଭିଜିଲାନ୍ସ ବିଭାଗର ତୀକ୍ଷ୍ଣ ନଜର । ସୁବର୍ଣ୍ଣପୁର ଜିଲ୍ଲାର ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଆରମ୍ଭ ହୋଇଛି ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିବା ଜାଣିବାକୁ ମିଳିଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ପଶି ଖାନ ତଲାସ କରୁଛି ଭିଜିଲାନ୍ସ । ଭଡ଼ାଘର ସମେତ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର ଅପଡେଟ୍ ମିଳିପାରି ନାହିଁ । ୨ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ୱାରା ଖୋଳତାଡ଼ ଜାରି ରହିଛି । ଏହାସହିତ ୩ ଡିଏସପି, ୭ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସ ଟିମ ରେଡ୍ କରୁଛି । ଭୁବନେଶ୍ୱର, ବଲାଙ୍ଗୀର, ସୁବର୍ଣ୍ଣପୁର, ଏବଂ ବରଗଡର ପ୍ରାୟ ୧୧ ଟି ସ୍ଥାନରେ ଏହି ସର୍ଚ୍ଚ ଅପରେସନ କରୁଛି ଭିଜିଲାନ୍ସ ।