ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣି, ଏତିକି ଟଙ୍କା ଲାଞ୍ଚ ନେଇ…

ଭୁବନେଶ୍ୱର,୧୭ା୭: ଆଜି ଅର୍ଥାତ୍ ବୁଧବାର କିଛି ସମୟ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟର ଜୁନିଅର କ୍ଲର୍କ ସୁକାନ୍ତ କୁମାର ସିଂହ ଏବଂ ତାଙ୍କ ବ୍ୟକ୍ତିଗତ ସହଯୋଗୀ  ମହେନ୍ଦ୍ର ସାହୁଙ୍କୁ ଏକ ପଞ୍ଜୀକୃତ ଟ୍ରଷ୍ଟ ଡିଡ୍ ହସ୍ତାନ୍ତର କରିବା ପାଇଁ ଜଣେ ଅଭିଯୋଗକାରୀ (ଟ୍ରଷ୍ଟ ବୋର୍ଡର କାର୍ଯ୍ୟକର୍ତ୍ତା)ଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରି ୨,୫୦୦ ଟଙ୍କା ଲାଞ୍ଚ  ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।ସମସ୍ତ ଲାଞ୍ଚ ଟଙ୍କା ସେମାନଙ୍କଠାରୁ ଜବତ କରାଯାଇଛି।