fbpx

କୁବେର ବାବୁଙ୍କ ସରିଲା ସମ୍ପତ୍ତି ଆକଳନ, ଲିଷ୍ଟ ଦେଖି ଟିମ୍ ବି ଆଶ୍ଚର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସରେ ଫସିଛନ୍ତି କୋଟିପତି ସରକାରୀ ବାବୁ ବା ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ । କାଲିଠାରୁ ଭିଜିଲାନ୍ସ ଚଢ଼ାଉ ପରେ ଆଜିଯାଏଁ ଚାଲିଥିଲା ସମ୍ପତ୍ତିର ଆକଳନ । ପ୍ରତାପ ସାମଲଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା କରୁଛି ଭିଜିଲାନ୍ସ । ୨୫ଟି ପ୍ଲଟର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ୪୧୨ ଟଙ୍କା ବୋଲି ଜଣାପଡିଛି । ଗୋଠପାଟଣାସ୍ଥିତ କୋଠାର ଦାମ ୩କୋଟି ୮୯ ଲକ୍ଷରୁ ଅଧିକ ରହିଛି । ଅନ୍ୟ ଜବତ ସମ୍ପତ୍ତିର ଆକଳନ କରୁଛି ଟେକ୍ନିକାଲ ଟିମ୍ ।

ତେବେ ପ୍ରତାପ ଓ ତାଙ୍କ ପରିବାରଙ୍କ ନାଁରେ ରହିଛି କୋଟି କୋଟି ସମ୍ପତ୍ତି । ତାଙ୍କ ଆକାଉଣ୍ଟରୁ ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା ରହିଛି । ୫୭ ଲକ୍ଷ ୭୨ ହଜାର ୧୫୦ ଟଙ୍କାର ବୀମା ପଇଠ ହୋଇଛି । ସରକାରୀ ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ଭିଜିଲାନ୍ସ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ଟି ଘରେ ଚଢ଼ାଉ ହୋଇଥିଲା । ପ୍ରତାପ ସାମଲଙ୍କ ପତ୍ନୀଙ୍କ ନାଁରେ ରହିଥିବା କୋଟିକୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱର ଗୋଠପାଟଣାରେ ପତ୍ନୀଙ୍କ ନାଁରେ ଫ୍ଲାଟ ରହିଛି । ୨୦,୩୫୦ ସ୍କୋୟାରଫୁଟ ଜାଗାରେ ୫ ମହଲା ବିଲ୍ଡିଂ ତିଆରି ହୋଇଛି । ସେହି ୫ ମହଲା ବିଲ୍ଡିଂର ମୂଲ୍ୟ ୩ କୋଟି ୨୫ ଲକ୍ଷ ୬୦ ହଜାର ଟଙ୍କା ରହିଛି । ବିଲ୍ଡିଂରେ ହୋଇଥିବା ଜାଗାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା । ଏହା ସହ ଚଢ଼ାଉ ବେଳେ ଘରୁ ନଗଦ ୩୮ ଲକ୍ଷ ଟଙ୍କା ମିଳିଛି ।

Get real time updates directly on you device, subscribe now.