କଳାହାଣ୍ଡି,୨୮ ।୧୨(ଓଡିଶା ଭାସ୍କର): କଳାହାଣ୍ଡି ଥୁଆପଦର ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ବାଲେଶ୍ୱର ନାଏକଙ୍କ ଭେଲା ଗାଁ ପୈତୃକ ଘର, ଗୋଦାମପଡ଼ା ଘର ଓ ଥୁଆପଦର ପଞ୍ଚାୟତ ଅଫିସରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡିଛି ।
ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ତାଲପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ପାଣ୍ଡବ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ତାଲପାଲି ପଂଚାୟତ ଅଫିସ ଓ କଲଙ୍ଗାପାଲି ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।
ଅନ୍ୟପଟେ ବୌଦ୍ଧ କଣ୍ଟାମାଳ ସର୍ଭିସ କୋଅପରେଟିଭ ସୋସାଇଟ ସମ୍ପାଦକଙ୍କ ଘରେ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସନ୍ତୋଷ ରାଉତଙ୍କ ଘର ଓ ଅଫିସ ସମେତ ୩ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି ।