fbpx

ଅନିୟମିତତା ଓ ଜମି ଜାଲିଆତି: ୬ ଅଧିକାରୀଙ୍କ ୯ଟି ଘରେ ଭିଜିଲାନ୍ସ ରେଡ୍

Advertisement

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ମୋଟ ୬ ଅଧିକାରୀଙ୍କ ୯ଟି ଘରେ କଟକ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି । ଭୁବନେଶ୍ୱର, କଟକ, ଭଦ୍ରକ, ଜଗତସିଂହପୁରରେ ଚଢ଼ାଉ ଚାଲିଛି । ୬ ଅଧିକାରୀଙ୍କ ମଧ୍ୟରେ ଜଣେ ହେଉଛନ୍ତି କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା । ରମେଶଙ୍କ ଘରେ ଏବେ ରେଡ୍ ଚାଲିଛି ।

ସେହିପରି ଜଗତସିଂହପୁରର ପୂର୍ବତନ ଉପଜିଲ୍ଲାପାଳ ମହେନ୍ଦ୍ର ମହାନ୍ତିଙ୍କ ଘରେ ରେଡ୍ ହୋଇଛି । ଏହା ସହ ୨ ଓଏଏସ୍ ଅଧିକାରୀଙ୍କ ସହ ୪ ଜଣ ପୂର୍ବତନ ଆରଆଇଙ୍କ ଘରେ ରେଡ୍ ହୋଇଛି । ଅନିୟମିତତା, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ନେଇ ରେଡ଼୍ ହୋଇଥିବା ସୂଚନା ମିଳିଛି । ରେଡରେ ଜଣେ ଏଏସପି, ୧୧ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.