fbpx

ବାହାଘର ଭୋଜି ରୋକିବାକୁ ଯାଇଥିବା ତହସିଲଦାରଙ୍କୁ ପିଟିଲେ ଗାଁଲୋକେ

ମୋହନା,୭ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିବାରେ ଲାଗିଥିବା ବେଳେ ଏହାର ମୁକାବିଲା କରିବା ପାଇଁ କଟକଣା ଲଗାଇଛି ପ୍ରଶାସନ । ଏହାରି ମଧ୍ୟରେ ମୋହନାରୁ ଆସିଛି ଏକ ସାଙ୍ଘାତିକ ଦୃଶ୍ୟ । ବିବାହ ଭୋଜି ରୋକିବାକୁ ଯାଇଥିବା ବେଳେ ଗାଁଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି ତହସିଲଦାର । ଲୋକମାନେ ପିଟିବା ଯୋଗୁଁ ଆର. ଉଦୟଗିରି ତହସିଲଦାର ଗୁରୁତର ଆହତ ହୋଇଛନ୍ତି, ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଛେଳିଗଡ ଗାଁରେ ଏକାଧିକ ଭୋଜି ଆୟୋଜନର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ତହସିଲଦାର । ଭୋଜି ବନ୍ଦ କାରିବାକୁ ତାଗିଦ କରିବାରୁ ଗାଁଲୋକମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ।

Get real time updates directly on you device, subscribe now.