fbpx

Wrestlingକୁ ଫେରୁଛନ୍ତି ବିନେଶ ଫୋଗାଟ ୨.୦! ଲକ୍ଷ୍ୟ ପୂରଣ କରିବାକୁ ପୁଣି ହେବ ଲଢେଇ…

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ରେସଲର ବିନେଶ ଫୋଗାଟଙ୍କ ରୌପ୍ୟ ପଦକ ଆଶାକୁ ଧୂଳିସାତ୍ କରିଦେଇଛି କୋର୍ଟଙ୍କ ରାୟ । ଫାଇନାଲ ମ୍ୟାଚ୍ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ବିନେଶଙ୍କ ପଦକ ବିଜୟର ସ୍ୱପ୍ନ ଅଧାରେ ରହିଯାଇଛି । ତେବେ ଏହାପରେ ନିଜ ରେସଲିଙ୍ଗ ଜଗତରୁ ଅବସର ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିନେଶ ଫୋଗାଟ । ସନ୍ନ୍ୟାସରୁ ପେରି ପୁଣିଥରେ ରେସଲିଙ୍ଗ ମଇଦାନକୁ ଫେରିବା ପାଇଁ ବିନେଶ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଏହି ସଂକେତ ଦେଇଛନ୍ତି । ୨୦୨୪ ଅଲିମ୍ପିକ୍ସରେ ନିଶ୍ଚିତ ପଦକ ହରାଇବା ପରେ ଏବେ ରେସଲିଙ୍ଗ ଜଗତକୁ ଫେରୁଛି ବିନେଶ ୨.୦ ।

ପ୍ୟାରିସ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲେ ଭାରତୀୟ ସେଲର ବିନେଶ ଫୋଗାଟ । କିନ୍ତୁ ମ୍ୟାଚ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ହେବାରୁ ଫାଇନାଲରେ ତାଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା । ତେବେ ଓଜନ କମ୍ କରିବା ପାଇଁ ଶତଚେଷ୍ଟା ପରେ ମଧ୍ୟ ସେ ମ୍ୟାଚ୍ କେଳିବା ପାଇଁ ଯୋଗ୍ୟ ହୋଇପାରି ନଥିଲେ । ଏହାପରେ କୋର୍ଟରେ ଶୁଣାଣି ମଧ୍ୟ ତାଙ୍କ ବିପକ୍ଷରେ ରହିଛି । ଅତି କମ୍ ରେ ରୌପ୍ୟ ପଦକ ତାଙ୍କ ନାମରେ ସୁନିଶ୍ଚିତ ଥିବା ବେଳେ ସେ ଖାଲି ହାତରେ ଘରକୁ ଫେରିଛନ୍ତି । ଏହାପରେ ଆଜି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସାରା ଭାରତକୁ ଖୁସି ଖବର ଦେଇଛନ୍ତି ବିନେଶ ଫୋଗାଟ । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କୁ ସାଥ୍ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ଧନ୍ୟବାଦ୍ ଜ୍ଞାପନ କରିବା ସହ କୁସ୍ତି ମଇଦାନକୁ ପେରିବା ନେଇ ମଧ୍ୟ ସଂକେତ ଦେଇଛନ୍ତି ।

ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ବିନେଶ ଫୋଗାଟ । ଏଥିରେ ସେ ନିଜ କ୍ୟାରିୟରର କିଛି ମହତ୍ତ୍ୱପୂର୍ଣ୍ଣ ସୁହୂର୍ତ୍ତକୁ ସାମିଲ କରିଛନ୍ତି । ଏହାସହିତ ସେ ଆସନ୍ତା ୨୦୩୨ ପର୍ଯ୍ୟନ୍ତ ଖେଳିବା ପାଇଁ ଚାହୁଁଛନ୍ତି ବୋଲି ଲେଖିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, “ମୋ ଟିମ୍, ମୋ ସାଥୀ ଭାରତୀୟ ଏବଂ ମୋ ପରିବାର, ଏମିତି ଲାଗୁଛି ଯେମିତି ଯେଉଁ ଲକ୍ଷ୍ୟ ପାଇଁ ଆମେ ଚେଷ୍ଟା କରୁଥିଲେ ଏବଂ ଯାହାକୁ ହାସଲ କରିବା ପାିଁ ଯୋଜନା ପ୍ରସ୍ତୁତ କରୁଥିଲେ, ତାହା ଅଧୁରା ରହିଯାଇଛି । କିଛି ଭୁଲ ବା ଅଭାବ ସର୍ବଦା ରହିଥାଏ ଏବଂ ଏସବୁ ଜିନିଷ ପୁଣି କେବେ ସୁଧାରି ହୁଏନାହିଁ । ଭିନ୍ନ ପରିସ୍ଥିତିରେ ମୁଁ ନିଜ ୨୦୩୨ ପର୍ଯ୍ୟନ୍ତ ଖେଳିବାର ଦେଖିପାରିବି, କାରଣ ମୋ ଭିତରେ ଲଢେଇ ଏବଂ କୁସ୍ତି ସର୍ବଦା ରହିବ ।”

Get real time updates directly on you device, subscribe now.