fbpx

ଭିନେଶଙ୍କ ମାମଲାକୁ ଖାରଜ କଲା ସିଏଏସ; ପଦକ ପାଇବେ ନାହିଁ ଫୋଗାଟ୍

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଆବେଦନକୁ ସିଏଏସ୍ ଖାରଜ କରିଦେଇଛନ୍ତି, ତାଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ । ଫାଇନାଲ ମ୍ୟାଚ୍ ଦିନ ନିର୍ଦ୍ଧାରିତ ମାନକ ଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ ରହୁଥିବା ଜଣାପଡ଼ିବା ପରେ ଭିନେଶ ଫୋଗାଟ୍ ପ୍ୟାରିସ୍ ଅଲିମ୍ପିକ୍ସରୁ ଅଯୋଗ୍ୟ ବିବେଚିତ ହୋଇଥିଲେ । ଏ ସଂକ୍ରାନ୍ତରେ ସେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ, ଯାହାର ନିଷ୍ପତ୍ତି ଅଗଷ୍ଟ ୧୬ରେ ଘୋଷଣା ହେବାର ଥିଲା, କିନ୍ତୁ ଏବେ ଆବେଦନ ଖାରଜ ହୋଇଯାଇଛି ।

Get real time updates directly on you device, subscribe now.