fbpx

ଭିନେଶ କେବେ ହାର ମାନିବେନି…, ସାରା ଦେଶ ତୁମ ସାଥିରେ ଅଛି, ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ ଲେଖିଲେ ରହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସର ଫାଇନାଲ ମ୍ୟାଚରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଏହା ଭାରତ ସହ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟକା ଦେଇଛି । ସ୍ୱର୍ଣ୍ଣ ପଦକ ଜିତିବା ଆଶା କ୍ଷଣିକରେ ଭାଙ୍ଗିଯାଇଛି । ଏନେଇ ଲୋକସଭା ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିବା ସହ ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ଭାରତୀୟ ଅଲିମ୍ପିକ ସଂଘ ଏହି ନିଷ୍ପତ୍ତିକୁ ଦୃଢ଼ ଭାବରେ ଚ୍ୟାଲେଞ୍ଜ କରିବା ସହ ଦେଶର ଝିଅକୁ ନ୍ୟାୟ ପ୍ରଦାନ କରିବ ବୋଲି ରାହୁଲ ବୁଧବାର ଆଶା ବ୍ୟକ୍ତ କରିଛନ୍ତି ।

ଫ୍ୟାରିସ୍ ଅଲିମ୍ପିକ୍ସର ଫାଇନାଲ ମ୍ୟାଚରେ ଭିନେଶଙ୍କ ଅଧିକ ଓଜନ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏନେଇ ରାହୁଲ ଗାନ୍ଧି ‘ଏକ୍ସ’ରେ ଏକ ଭାବୁକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ବିଶ୍ୱବିଜେତା କୁସ୍ତଯୋଦ୍ଧାଙ୍କୁ ହରାଇ ଭାରତର ଶାନ୍ ଭିନେଶ ଫୋଗାଟ ଫାଇନାଲରେ ପହଂଚିଥିଲେ କିନ୍ତୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଦୁର୍ଭାଗ୍ୟପୂର୍ଣ୍ଣ । ଭାରତୀୟ ଅଲିମ୍ପିକ ସଂଘ ଏହି ନିଷ୍ପତ୍ତିକୁ ଦୃଢ଼ତାର ସହ ଚ୍ୟାଲେଞ୍ଜ କରିବ ବୋଲି ମୁୃଁ ଆଶା କରୁଛି । ଭିନେଶ ସହଜରେ ହାର ମାନିବା ବ୍ୟକ୍ତି ନୁହଁନ୍ତି । ସେ ପୁଣି ଥରେ ଆଖଡ଼ାକୁ ଫେରିବେ ବୋଲି ମୋର ବିଶ୍ୱାସ ।’

Get real time updates directly on you device, subscribe now.