fbpx

ନୃଶଂସତାର ସୀମା ଟପିଲା: ମାଆକୁ ହତ୍ୟାକଲା ପୁଅ

ଚାଇଁବସା, ୩୦ା୧: କଳିଯୁଗରେ ଦେଖିବାକୁ ମିଳିଛି ଜଣେ ପୁତ୍ରର ନୃଶଂସତା । ପୁଅଟି ଜନ୍ମକଲା ମାକୁ ହତ୍ୟା କରିବାକୁ ପଛାଇନାହିଁ । ଏପରି ଏକ ଘଟଣା ଘଟିଛି ଝାଡ଼ଖଣ୍ଡରେ । ତେବେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟାଇଛି ୩୫ ବର୍ଷୀୟ ପ୍ରଧାନ ସୋୟ ।

ସୂଚନା ଅନୁଯାୟୀ, ମନୋହରପୁର ଥାନା ଅନ୍ତର୍ଗତ ଜୋଜୋଗୁଟ୍ ଗାଁରେ ରହୁଥିବା ପ୍ରଧାନ ନିଜର ୬୦ ବର୍ଷୀୟା ମାଙ୍କୁ ହତ୍ୟା କରିଛି । ସେତିକିରେ ପୁତ୍ରର ମନ ବୁଝି ନଥିଲା, ସେ ନିଜର ଘର ଅଗଣାରେ ମା’ର ମୃତଦେହ ପୋଡ଼ିବା ପରେ ଜୁଇରେ କୁକୁଡ଼ା ପୋଡ଼ିକି ଖାଇଥିବା ଜଣାପଡ଼ିଛି । ପ୍ରଧାନର ଭଉଣୀ ଏହି ଖବର ଜାଣିବା ପରେ ଗାଁ ଲୋକଙ୍କୁ ସୂଚନା ଦେଇଥିଲେ । ତେବେ ୪ ବର୍ଷ ପୂର୍ବେ ପ୍ରଧାନ ନିଜ ବାପାଙ୍କୁ ହତ୍ୟା କରିଥିବା କଥା ଗାଁ ଲୋକେ କହିଛନ୍ତି । ଏହି ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ପ୍ରଧାନର ହାତଗୋଡ଼ ବାନ୍ଧି ପୋଲିସର ଜିମା ଦେଇଥିଲେ ।

Get real time updates directly on you device, subscribe now.