fbpx

ଶୀତ ନେଇ ୨ ଜିଲ୍ଲାକୁ ସତର୍କବାଣୀ, ଜାଣନ୍ତୁ କେଉଁଟି ?

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ରାଜ୍ୟରେ ଖସୁଛି ପାରଦ, ଫଳରେ ବଡୁଛି ଶୀତ । ଏହାରି ମଧ୍ୟରେ ଜାନୁଆରି ୩୧ରୁ ଫେବ୍ରୁଆରି ୨ ଯାଏଁ ରାଜ୍ୟରେ ଶୀତ ଲହରି ରହିବ । ରାଜ୍ୟରେ ଶୀତ ଲହରି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଝାରସୁଗୁଡା ଓ ସୁନ୍ଦରଗଡରେ ପ୍ରବଳ ଶୀତ ଲହରି ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ଶୀତକୁ ନେଇ ସବୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିସନର ଚିଠି ଲେଖିଛନ୍ତି ।

ତେବେ ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରକୋପ ଅଧିକ ରହିପାରେ । ଆସନ୍ତା ୩ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଛି। କିନ୍ତୁ ଲଗାତର ତାପମାତ୍ରା ଖସିବାର କୌଣସି ସମ୍ଭାବନା ନାହିଁ। ଉପକୂଳ ଓଡ଼ିଶାରେ ପ୍ରାୟ ୨ ଡିଗ୍ରୀ ହ୍ରାସ ପାଇବ ବୋଲି କହିଛି ପାଣିପାଗ ବିଭାଗ । ସେହିପରି ଜାନୁଆରୀ ଭଳି ଫେବୃଆରୀ ପ୍ରଥମ ସପ୍ତାହରୁ ପୁଣି ଥରେ ଶୀତର ପ୍ରଭାବ ଦେଖାଯାଇପାରେ।

Get real time updates directly on you device, subscribe now.