fbpx

ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ଭାଇଙ୍କୁ ଗୁଳିମାଡ଼

ସହରସା, ୩୦ା୧: ବିହାରର ସହରସା ଜିଲ୍ଲାରେ ଏକ ଗୁଳିମାଡ଼ ଘଟଣା ଘଟିଛି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜଣେ ସମ୍ପର୍କୀୟ ଭାଇଙ୍କ ସହ ଅନ୍ୟ ଦୁଇଜଣ ଏହି ଗୁଳିମାଡ଼ରେ ଆହତ ହୋଇଥିବା ଜଣାପଡ଼ିଛି । ସୁଶାନ୍ତଙ୍କ ମାମୁଁପୁଅ ଭାଇ, ସୋରୁମ ମାଲିକ ରାଜକୁମାର ସିଂ ଓ ଜଣେ ସହଯୋଗୀ ଅଲ୍ଲୀ ହସନଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ତେବେ ଅଲ୍ଲୀଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି ।

ତେବେ ସୋରୁମ ମାଲିକ ରାଜକୁମାରଙ୍କ କହିବା କଥା, ସବୁଦିନ ପରି ସେମାନେ ସୋରୁମ ଖୋଲିବାକୁ ଯାଉଥିଲେ । ଏହି ସମୟରେ ବୈଜନାଥପୁର ଛକରେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଆଖିବୁଜା ଗୁଳିମାଡ଼ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିବାର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁନ ମାସରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଥିଲା । ସୁଶାନ୍ତଙ୍କ ସମ୍ପର୍କୀୟ ଭାଇଙ୍କୁ ଗୁଳିମାଡ଼ ଘଟଣା ତାଙ୍କ ପରିବାରରେ ଆଉ ଏକ ଦୁଃଖପୂର୍ଣ୍ଣ ପରିବେଶ ସୃଷ୍ଟି କରିଛି ।

Get real time updates directly on you device, subscribe now.