fbpx

୧୩ ଜିଲ୍ଲାରେ ହେବ ସାଇକ୍ଲୋଥନ

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ‘ସକ୍ଷମ ୨୦୨୧’ କାର୍ଯ୍ୟକ୍ରମ ଜରିଆରେ ୧୩ ଜିଲ୍ଲାରେ ହେବ ସାଇକ୍ଲୋଥନ । ଆସନ୍ତାକାଲି ୧୩ ଜିଲ୍ଲାରେ ସାଇକ୍ଲୋଥନ ହେବ ବୋଲି ଜଣାପଡିଛି । ତୈଳ ଓ ଗ୍ୟାସ ସଂରକ୍ଷଣ ନେଇ ସଚେତନତା କରାଯିବ । ଆଇଓସିଏଲ, ବିପିସିଏଲ, ଏଚପିସିଏଲ ଓ ଜିଏଆଇଏଲ ପକ୍ଷରୁ କାର୍ଯ୍ୟକ୍ରମ କରାଯିବ । ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଅଧୀନରେ ‘ସକ୍ଷମ’ ଚାଲିଛି । ୧୬ ଜାନୁଆରୀରୁ ୧୫ ଫେବ୍ରୁଆରୀ ଯାଏ ‘ସକ୍ଷମ ୨୦୨୧’ ଚାଲିବ ।

ତେବେ ଅନୁଗୁଳ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, କଳାହାଣ୍ଡି, ଗଜପତି, ବ୍ରହ୍ମପୁର, ପୁରୀ, ମୟୂରଭଞ୍ଜ, କଟକ ଓ ଭଦ୍ରକରେ ସାଇକ୍ଲୋଥନ ହେବ ।

Get real time updates directly on you device, subscribe now.