fbpx

ଧୋକେବାଜ ପତ୍ନୀଙ୍କୁ କ୍ଷମା କଲେ ପତି, , ମାତ୍ର ରଖିଲେ ଏପରି ସର୍ତ୍ତ

ଜଣେ ମହିଳା ଏକ ରିଲେସନସିପ୍ ପୋର୍ଟାଲରେ ନିଜର ଦାମ୍ପତ୍ତ୍ୟ ଜୀବନର ଏକ ବଡ଼ ରହସ୍ୟ ଖୋଲିଛନ୍ତି । ସମ୍ପୃକ୍ତ ମହିଳା ଦୁଇ ସନ୍ତାନଙ୍କର ଜନନୀ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ୱାମୀ ତୃତୀୟ ସନ୍ତାନ ଚାହୁଁଥିବା ସେ ପ୍ରକାଶ କରିଛନ୍ତି । ମାତ୍ର ମହିଳାଜଣଙ୍କ ସ୍ୱାମୀଙ୍କ ଇଚ୍ଛା ପୂରଣ କରିବାକୁ ଚାହୁଁନାହାନ୍ତି । ତେବେ ଏହି ଘଟଣାର କାରଣ ସମ୍ପର୍କରେ ମହିଳାଜଣକ ଜଣାଇଛନ୍ତି ।

ମହିଳା ଜଣକ ଏକ ଅଫିସରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କର ଜଣେ ସହକର୍ମୀଙ୍କୁ ଭଲ ପାଇ ବସିଥିଲେ । ମହିଳାଙ୍କୁ ହୃଦବୋଧ ହୋଇଥିଲା ଯେ, ତାଙ୍କର ସ୍ୱାମୀଙ୍କ ଅପେକ୍ଷା ପ୍ରେମିକ ଜଣଙ୍କୁ ତାଙ୍କୁ ଅଧିକ ଭଲ ପାଉଛନ୍ତି । ତେଣୁ ମହିଳାଜଣଙ୍କ ତାଙ୍କର ନୂଆ ପ୍ରେମିକଙ୍କ ସହ ନୂଆ କରି ଜୀବନ ବିତାଇବାକୁ ସ୍ୱପ୍ନ ଦେଖିଥିଲେ । ମାତ୍ର ତାଙ୍କର ପ୍ରେମିକ ଆଉ ଜଣେ ମହିଳାଙ୍କ ପାଇଁ ତାଙ୍କୁ ଧୋକ୍କା ଦେଉଥିବା ଖବର ଜଣାପଡ଼ିବା ପରେ ମହିଳାଙ୍କ ହୃଦୟ ଭାଙ୍ଗି ଯାଇଥିଲା । ସେହି ଘଟଣା ପାଇଁ ସେ ନିଜକୁ ଦାୟୀ କରିଛନ୍ତି ।

ମହିଳାଙ୍କ ପତି ଏହି ଘଟଣା ଜାଣିବା ପରେ ତାଙ୍କୁ କ୍ଷମା କରିଦେଇଥିଲେ, ମାତ୍ର ପତି ମହିଳାଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଥିଲେ । ତାଙ୍କର ସ୍ୱାମୀ ମହିଳାଙ୍କୁ କହିଥିଲେ ଯେ, ସେମାନେ ଦୁହେଁ ଏକାଠି ରହିବା ସହ ତୃତୀୟ ସନ୍ତାନକୁ ଜନ୍ମ ଦେବେ । ମାତ୍ର ପୂର୍ବରୁ ଦୁଇଥର ଗର୍ଭଧାରଣ ସମୟରେ ମହିଳା ଜଣକ ରୋଗର ଶିକାର ହୋଇଥିବାରୁ ସେ ତୃତୀୟ ସନ୍ତାନ ଚାହୁଁନାହାନ୍ତି । ମହିଳାଙ୍କ ପୂର୍ବ ପ୍ରେମିକ ଇ-ମେଲ ଜରିଆରେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, ମାତ୍ର ମହିଳା ତାଙ୍କୁ ବ୍ଲକ୍ କରିଦେଇଥିଲେ । ମହିଳାଙ୍କର ଏହି ବିଶ୍ୱାସଘାତକ କାର୍ଯ୍ୟ ପାଇଁ ତାଙ୍କ ସ୍ୱାମୀଙ୍କୁ ବହୁତ କଷ୍ଟ ହୋଇଥିବ, ଏକଥା ମହିଳାଜଣକ ହୃଦୟଙ୍ଗମ କରିପାରିଛନ୍ତି । ସେ ତାଙ୍କ ସ୍ୱାମୀଙ୍କୁ ଜୀବନରେ ଆଉ କେବେ ବି କୌଣସି କଷ୍ଟ ଦେବେ ନାହିଁ । ସ୍ୱାମୀଙ୍କୁ ସର୍ବଦା ଭଲପାଇବା ସହ ଆନୁଗତ୍ୟ ରହିବେ ବୋଲି ମହିଳା ଜଣଙ୍କ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.