fbpx

(Video) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲଜ୍ଜା: ଭାଇରାଲ ହେଲା ସହକାରୀ ପ୍ରଫେସରଙ୍କ ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ଶାରୀରିକ ସମ୍ପର୍କର ଅଡିଓ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀ ଓ ଗୁରୁଙ୍କ ସମ୍ପର୍କକୁ ସବୁଠାରୁ ପବିତ୍ର କୁହାଯାଉଥିବା ବେଳେ ଆଜିକାଲି କିଛି ଅଭଦ୍ର ବ୍ୟକ୍ତିଙ୍କ ପାଇଁ ଏହି ସମ୍ପର୍କ ଖରାପ ହେବାରେ ଲାଗିଛି । ସେହିଭଳି ଏକ ଘଟଣା ସଙ୍ଗୀନ ଘଟଣା ବ୍ରହ୍ମପୁର ବିଶ୍ୱବିଦ୍ୟଳୟରୁ ସାମ୍ନାକୁ ଆସିଛି । ଏହି ବିଶ୍ୱବିଦ୍ୟାଳୟର ଇଂରାଜି ବିଭାଗର ଜଣେ ସହକାରୀ ପ୍ରଫେସରଙ୍କ ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ଶାରୀରିକ ସମ୍ପର୍କର ଅଡିଓ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୂସାରେ, ଛାତ୍ରୀଜଣଙ୍କ ଚତୁର୍ଥ ସେମିଷ୍ଟରର ବୋଲି ସୂଚନା ରହିଛି । ଦୀର୍ଘ ୨୫ ମିନିଟ କଥାବାର୍ତ୍ତାରେ ଇଂରାଜି ବିଭାଗର ଉକ୍ତ ସହକାରୀ ପ୍ରଫେସର ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ପାଇଁ ଉସୁକାଉଥିବା ଶୁଣିବାକୁ ମିଳିଛି । ପିଏଚଡି ନିଜ ଅଣ୍ଡରରେ କରାଇବା ପାଇଁ ଏଭଳି ଶାରୀରିକ ସମ୍ପର୍କ ରଖିବା ପାଇଁ କହୁଥିବା ଭାଇରାଲ ଅଡିଓରେ ରହିଛି ।ଏନେଇ ଛାତ୍ରୀ ଜଣଙ୍କ ବିଭାଗୀୟ ମୁଖ୍ୟଙ୍କଠାରେ ଗତ ଶୁକ୍ରବାର ଅର୍ଥାତ ୧୫ ତାରିଖରେ ଅଭିଯୋଗ କରିଥିଲେ । ପରେ ଏନେଇ ଏକ କମିଟି କରି ତଦନ୍ତ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ପିଜି କାଉନ୍ସିଲ ଅଧ୍ୟକ୍ଷ ପ୍ରତାପ ମହାନ୍ତି ।

୨ ଦିନ ପୂର୍ବରୁ ବହିଦେବାକୁ ଡାକି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଛି ଅଭିଯାଗ ହୋଇଥିଲା । ଏଭଳି ଅଭିଯୋଗ ଜଣେ ଓଡ଼ିଆ ଅଧ୍ୟାପକଙ୍କ ନାଁରେ ଆସିଥିଲା । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଏ ନେଇ ଥାନାରେ ମାମଲା ରୁୁଜୁ ହୋଇଛି। ସେପଟେ ଛାତ୍ରୀଙ୍କୁ ସମର୍ଥନ କରୁଥିବା ଦୁଇ ଛାତ୍ରଙ୍କୁ ମଧ୍ୟ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଅଭିଯୋଗ ଆସିଛି।

ଏହି ଓଡ଼ିଆ ପ୍ରଫେସର ଜଣଙ୍କ ବହି ଦେବାକୁ କହି ଛାତ୍ରୀଙ୍କୁ ନିଜ କ୍ୱାଟର୍ସକୁ ଡାକିଥିଲେ। ପରେ ସେଠାରେ ପୀଡ଼ିତା ଯୌନ ଶୋଷଣର ଶୀକାର ହୋଇଥିଲେ। ଏହାପରେ ସଂପୃକ୍ତ ପ୍ରଫେସର ଜଣକ ଧମକ ଚମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡିତା। ଏନେଇ ଛାତ୍ରୀ ଜଣଙ୍କ ନିଜ ସହପାଠୀ ତଥା ସାଙ୍ଗମାନଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ ବୋଲି କହିଛନ୍ତି।

Get real time updates directly on you device, subscribe now.