‘ପାଣିରେ ହଳଦୀ’ ଟ୍ରେଣ୍ଡକୁ ଭୁଲରେ ବି କରନ୍ତୁ ନାହିଁ, ନଚେତ ଘରକୁ ଆସିବ ବିପଦ! ଜ୍ୟୋତିଷୀଙ୍କ ସାଙ୍ଘାତିକ ଚେତାବନୀ ଭାଇରାଲ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ନୂଆ ଟ୍ରେଣ୍ଡ ଖୁବ୍ ଜୋର ଧରିଛି, ଯେଉଁଥିରେ ଲୋକେ ରାତିରେ ଗାଢ଼ ଅନ୍ଧକାର ମଧ୍ୟରେ ପାଣିରେ ହଳଦୀ ମିଶାଇ ରିଲ୍ସ ଏବଂ ଭିଡିଓ ତିଆରି କରୁଛନ୍ତି। କିନ୍ତୁ ଏହା କରି ଲୋକେ ନିଜ ପାଇଁ ବିପଦ ଡାକି ଆଣୁଛନ୍ତି ବୋଲି ଜଣେ ଜ୍ୟୋତିଷୀ ଦାବି କରିଛନ୍ତି। ଅରୁଣ କୁମାର ବ୍ୟାସ ନାମକ ଏହି ଜ୍ୟୋତିଷୀ ଏହି ଅଜଣା ଟ୍ରେଣ୍ଡ ସମ୍ପର୍କରେ ଗମ୍ଭୀର ଚେତାବନୀ ଜାରି କରିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଏହା କରିବା ଦ୍ୱାରା ଆପଣ କେବଳ ନକାରାତ୍ମକ ଶକ୍ତିକୁ ଘରକୁ ଆଣୁନାହାନ୍ତି, ବରଂ ଏହା ଭୂତ-ପ୍ରେତଙ୍କୁ ଆମନ୍ତ୍ରଣ କରିବା ସହ ସମାନ। ଜ୍ୟୋତିଷୀଙ୍କ ଏହି ଚେତାବନୀ ଭିଡିଓ ଭାଇରାଲ ହେବା ପରେ ଅନେକ ନେଟିଜେନ୍ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଯେ, ଏହି ଟ୍ରେଣ୍ଡରେ ସାମିଲ ହେବା ଦ୍ୱାରା ସେମାନେ ଅଜାଣତରେ କୌଣସି ବିପଦକୁ ଡାକି ଦେଇଛନ୍ତି କି ନାହିଁ।
ଜ୍ୟୋତିଷୀ ବ୍ୟାସଙ୍କ ଦାବି ଅନୁସାରେ, ପାଣିରେ ହଳଦୀ ମିଶାଇବା କୌଣସି ସାଧାରଣ ପ୍ରକ୍ରିୟା ନୁହେଁ, ବରଂ ଏହା ଏକ ତାନ୍ତ୍ରିକ କ୍ରିୟା। ସେ ତାଙ୍କ ଭିଡିଓରେ ଲୋକଙ୍କୁ ସତର୍କ କରି କହିଛନ୍ତି ଯେ, ଭୁଲରେ ବି ଏପରି କରିବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ଏହା ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ଆଣିପାରେ। ଏତିକି ନୁହେଁ, ଏହା ଦ୍ୱାରା ଭୂତ-ପ୍ରେତଙ୍କ ଛାୟା ମଧ୍ୟ ପଡ଼ିପାରେ।
ଜନ୍ମକୁଣ୍ଡଳୀ ଉପରେ ପଡ଼ିବ ପ୍ରଭାବ!
ସେ ଆହୁରି କହିଛନ୍ତି ଯେ, ଏହି ପ୍ରକାରର କାର୍ଯ୍ୟ ଆପଣଙ୍କ ଜନ୍ମକୁଣ୍ଡଳୀରେ ଚନ୍ଦ୍ର ଓ ଗୁରୁ ଗ୍ରହକୁ ଦୁର୍ବଳ କରିପାରେ, ଯାହା ଆପଣଙ୍କ ଭାଗ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହା ଆପଣଙ୍କ ମାନସିକ ସ୍ଥିତିକୁ ମଧ୍ୟ ଖରାପ କରିପାରେ। ଜ୍ୟୋତିଷୀଙ୍କ ଦାବି ଅନୁସାରେ, ଏହା ସମ୍ପୂର୍ଣ୍ଣ ବିପଦଜନକ ପ୍ରକ୍ରିୟା, ଯାହା ଆପଣଙ୍କ ଘରେ ବିପଦ ଡାକି ଆଣିପାରେ। ତେଣୁ ଏପରି କାର୍ଯ୍ୟରୁ ଦୂରେଇ ରହିବା ଉଚିତ।
ପାଣିରେ ହଳଦୀ ମିଶାଇବା ଟ୍ରେଣ୍ଡ ଉପରେ ଜ୍ୟୋତିଷୀଙ୍କ ଏହି ଚେତାବନୀ ଭିଡିଓ ସୋସିଆଲ ମିଡିଆରେ ନିଆ ପରି ବ୍ୟାପିଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ୫ ଲକ୍ଷରୁ ଅଧିକ ଥର ଦେଖାଯାଇଛି, ଏବଂ ହଜାରେ ଲୋକ ଏହି ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଉପଭୋକ୍ତା ଚିନ୍ତିତ ହୋଇ ଲେଖିଛନ୍ତି, “ମୁଁ ତ ଭିଡିଓ ତିଆରି କରି ସାରିଛି, ଏବେ କ’ଣ କରିବି?” ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “ଅନେକ ଜ୍ୟୋତିଷୀ ତ ପାଣିରେ ହଳଦୀ ମିଶାଇ ଗାଧୋଇବାକୁ କହୁଛନ୍ତି। ଦୟାକରି ଉତ୍ତର ଦିଅନ୍ତୁ।”