fbpx

VIRAL VIDEO: ମହାତ୍ମା ଗାନ୍ଧିଙ୍କ ଉପରେ ଇଂରାଜୀ ଏପରି କହିଲେ ଦାଦି, ଲୋକେ କହିଲେ ଫେଲ୍ ମାରିବ ଗୁଗୁଲ

ନୂଆଦିଲ୍ଲୀ :ଆଜିକାଲି ସୋସିଆଲ ମିଡିଆରେ ଅନେକ କଥା ଭାଇରାଲ ହେବାର ଲାଗିଛି । କିଏ ନିଜ ଭିଡିଓ କରି ଭାଇରାଲ ହେଉଛି ତ ଆଇ କିଏ ମଜାଳିଆ କଥା ଭାଇରାଲ କରୁଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ମହାତ୍ମା ଗନ୍ଧିଙ୍କୁ ନେଇ ଜଣେ ବୃଦ୍ଧ ମହିଳା କହିଥିବା କିଛି କଥାର ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ତେବେ ଏହି ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ କେହି ଜଣେ ଦାଦିଙ୍କୁ ମହାତ୍ମା ଗାନ୍ଧୀଙ୍କ ଉପରେ ଇଂରାଜୀରେ ଏକ ପ୍ରବନ୍ଧ ପଢିବାକୁ କହିଛନ୍ତି । ଏହାପରେ ସେହି ବୃଦ୍ଧ ମହିଳା ଜଣକ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଉପରେ ଅନେକ କିଛି କଥା ଇଂରାଜୀରେ କହିଥିଲେ । ତେବେ ଏହି ମହିଳାଙ୍କ ପୋଷାକ ଏବଂ ତାଙ୍କ ଭାଷାରୁ ସେ ରାଜସ୍ଥାନର ବାସିନ୍ଦା ପରି ଜଣା ପଡୁଥିଲେ । ତେବେ ସେ ମହାତ୍ମା ଗନ୍ଧିଙ୍କୁ ସମ୍ମାନ ଦେବା ସହିତ ତାଙ୍କ ଗୁଣ ଗାରିମା ବିଷୟରେ ଇଂରାଜୀରେ ଅନେକ କଥା କହୁଥିଲେ ।

 

View this post on Instagram

 

A post shared by Yogesh Lata (@latayogesh79)

ଜେଜେମା ’ଶୁଣିବା ମାତ୍ରେ ତାଙ୍କୁ ମହାତ୍ମା ଗାନ୍ଧୀଙ୍କ ଉପରେ ଏକ ପ୍ରବନ୍ଧ ଲେଖିବାକୁ ପଡ଼ିବ, ସେ ଅଟକାଇ ଇଂରାଜୀରେ ପ୍ରବନ୍ଧ ପାଠ କରିବା ଆରମ୍ଭ କଲେ। ସେ ମହାତ୍ମା ଗାନ୍ଧିଙ୍କ ବିଷୟରେ ଇଂରାଜୀରେ କହୁଥିବା ବେଳେ ଥିବାବେଳେ ସେ ଅନେକ ହିନ୍ଦୀ ଶବ୍ଦ ମଧ୍ୟ ବ୍ୟବହାର କରୁଥିଲେ । କିନ୍ତୁ ବୃଦ୍ଧ ମହିଳା ଜଣଙ୍କର ଆତ୍ମ ବିଶ୍ୱାସ ଅନେକ ଲୋକଙ୍କୁ ପ୍ରରଣା ଯୋଗାଉଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ତେବେ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ latayogesh79 ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି । ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ଲକ୍ଷ ଲକ୍ଷ ଭିୟୁ ମିଳିଛି । ଏଥିସହିତ ଅନେକ ୟୁଜର୍ସ ଏହି ଭିଡିଓ ଉପରେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ଜେଜେମା’ଙ୍କ ଆଗରେ ଗୁଗୁଲ ମଧ୍ୟ ଫେଲ୍ ମାରିବ ।

Get real time updates directly on you device, subscribe now.