fbpx
BSKY
BJD MC SKY
BJD MS SKY

(Video) ଟଏଲେଟ ପ୍ୟାନ ଭିତରୁ ବାହାରିଲା ବିଶାଳକାୟ ସାପ, ଦେଖନ୍ତୁ ଏହି ଦୃଶ୍ୟ…

ଓଡିଶା ଭାସ୍କର; ଆଜିକାଲି ପ୍ରାୟ ସବୁ ଯାଗାରେ ସାପଙ୍କ ଆତଙ୍କ ଦେଖିବାକୁ ମିଳୁଛି । ଜୋତା, ଛତା, ବାଥରୁମ, ଟଏଲେଟ ସବୁ ସ୍ଥାନରେ ସାପ ବାହାରୁଥିବା ଆପଣ ଦେଖିବାକୁ ପାଉଥିବେ । ତେବେ ଏହାକୁ ଦେଖି ଅଣଦେଖା କରିବା ଉଚିତ ନୁହେଁ ବରଂ ଆମକୁ ସଚେତନ ହେବାକୁ ପଡିବ । ସାପ ନିଜ ରହିବା ସ୍ଥାନ ଛାଡି ଆମ ସ୍ଥାନକୁ ପଳାଇ ଆସୁଛନ୍ତି । ଏହାର କାରଣ ହେଉଛି ଆମେ ସେମାନଙ୍କ ସ୍ଥାନକୁ ସୁରକ୍ଷିତ ରଖୁନାହାନ୍ତି । ତେଣୁ ସେମାନେ ବାଧ୍ୟ ହୋଇ ଯେଉଁଠି ପାରୁଛନ୍ତି, ସେଇଠି ନିଜର ମୁଣ୍ଡ ଗେଂଜୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆମକୁ ସଚେତନ ରହିବାକୁ ପଡିବ ନଚେତ କେଉଁ ମୁହୂର୍ତ୍ତରେ ବି ସେମାନଙ୍କ ଦଂଶନରେ ଆମ ଜୀବନ ଚାଲିଯାଇପାରେ ।

ଏବେ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡିଓ ଦେଖିବାକୁ ମିଳିଛି, ଯେଉଁଥିରେ ଆପଣ ଅନୁଭବ କରିପାରିବେ ଯେ କେଉଁ ମୁହୂର୍ତ୍ତରେ ବି ଆପଣଙ୍କ ଜୀବନ ଯାଇପାରେ । ନିକଟରେ ବାଥରୁମରୁ ଓ ଜୋତାରୁ ସାପ ବାହାରିଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଏକ ଟଏଲେଟ ପ୍ୟାନ ଭିତରୁ ସାପ ବାହାରିଥିବା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଏହାର ଭିଡିଓ ସୁଟିଂ କରି ନିଜ ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି । ଏହି ଭିଡିଓରେ ଦେଖାଦେଇଛି ଯେ, ଗୋଟିଏ ବିଶାଳକାୟ ସାପ ଟଏଲେଟ ପ୍ୟାନ ଭିତରେ ଫସି ରହିଛି । ବ୍ୟକ୍ତି ଜଣକ ଯେତେବେଳେ ସାପ ନିକଟକୁ ଯାଇଛନ୍ତି ସେତେବେଳେ ସେହି ସାପଟି ପ୍ୟାନର ପାଇପ ଦେଇ ଆହୁରି ଭିତରକୁ ପଳାଇଛି । ତେବେ ଭିଡିଓରେ ଏଇଆ ବାର୍ତ୍ତା ଆସିଛି, ଆମକୁ ପ୍ରତ୍ୟେକ ସ୍ଥାନକୁ ବ୍ୟବହାର କରିବା ପୂର୍ବରୁ ଯାଞ୍ଚ କରିନେବା ନିହାତି ଜରୁରୀ ।

 

Get real time updates directly on you device, subscribe now.