fbpx

“ମୁଁ ଇସ୍କୁଲରେ ପଢ଼ୁଛି…” ଭାଇରାଲ୍ ହେଉଛି ୬ ବର୍ଷର ପିଲା ଜଗଦୀଶଙ୍କ ଭିଡିଓ

ଭୁବନେଶ୍ୱର, ୧୮ା୪ (ଓଡିଶା ଭାସ୍କର) : କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ହ୍ୟୁମାନ୍ ସାଗର ଏବଂ ତାଙ୍କ ସହ ଗାଉଥିବା ଗୋଟିଏ ୬ ବର୍ଷର ପିଲାର ଭିଡିଓ । ଗୀତଟି ହେଉଛି, “ମୁଁ ଇସ୍କୁଲରେ ପଢ଼ୁଛି…ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି” । ଏହି ଭିଡିଓ ପରେ ପିଲାଟି ଇନଟରନେଟ୍ ସେନସେସନ୍ ପାଲଟିଯାଇଛି । ତେବେ ଏହି ଗୀତଟି ଉଦ୍ଧୃତ ହୋଇଛି ଗୋଟିଏ ପ୍ରଥମ ଶେଣ୍ରୀ ପିଲାର ଯିଏ କି ମିଡିଆକୁ ବାଇଟ୍ ଦେଇଥିଲା । ଆଉ ସେହି ବାଇଟ୍ ଟି ସୋସିଆଲ ମିଡିଆରେ ଲୋକଙ୍କୁ ଖୁବ୍ ହସାଇ ବେଦମ୍ କରିଥିଲା । ଆଉ ଏବେ ତାକୁ ନେଇ ତିଆରି ହୋଇଛି ଗୀତ “ମୁଁ ଇସ୍କୁଲରେ ପଢ଼ୁଛି…” ।

ପ୍ରଥମ ଶେଣ୍ରୀ ପିଲାଟି ବାଇଟରେ କହିଥିଲା, “ମୁଁ ଇସ୍କୁଲରେ ପଢ଼ୁଛି… । ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି.. । ମୁଁ ଶୁଣିଲି ଯେ ଆମ ଇସ୍କୁଲ କଣ ଉଠି ଯାଉଛି ?” । ମାତ୍ର ଏଇ କିଛି ଶବ୍ଦକୁ ନେଇ ତିଆରି ହୋଇଛି ଏକ ଲମ୍ବା ଗୀତ । ଯାହା ମାର୍କେଟରେ ହଇଚଇ ସୃଷ୍ଟି କରିଛି । ଏହି ବାଇଟ୍ ରେ ଥିବା ମାତ୍ର ଲାଇନ୍ କୁ ଯୋଡି ସେଥିରେ ମ୍ୟୁଜିକ୍ ଦେଇ ପ୍ରସ୍ତୁତ ହୋଇଛି ଗୀତ “ମୁଁ ଇସ୍କୁଲରେ ପଢ଼ୁଛି… । ଏହି ଗୀତରେ ଆଉ ଏକ ପିଲା ରହିଛି ଯାହାର ନାମ ଜଗଦୀଶ, ସେ ମଜାଦାର ଭାବେ ନାଚୁଥିବା ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏବେ ସେହି ପିଲାକୁ ନେଇ ଓଡିଆ ଗୀତିକାର ହ୍ୟୁମାନ୍ ସାଗର ଗୀତ ତିଆରି କରିଛନ୍ତି ଗୀତ । ସେଥିରେ ଥିବା କୌତୁକିଆ ଢ଼ଙ୍ଗରେ ନାଚୁଥିବା ପିଲା ଏବେ ଭାଇରାଲ୍ ଭିଡିଓରୁ ଓଡିଆ ଗୀତିକାର ହ୍ୟୁମାନ୍ ସାଗରଙ୍କ ଷ୍ଟୁଡିଓ ଯାଏ ପହଞ୍ଚିଯାଇଛି ।

ଏହି ଗୀତକୁ ଗାଇଛନ୍ତି ହ୍ୟୁମାନ୍ ସାଗର, ଜଗନ୍ନାଥ ଦାସ ଏବଂ ଉକ୍ତ ୬ ବର୍ଷର ବାଳକ ଜଗଦୀଶ । ବର୍ତ୍ତମାନ ୟୁ-ଟ୍ୟୁବ୍ ରେ ଏହି ଗୀତକୁ ୨୪ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଲାଣି । ଗାୟକ ଜଗଦୀଶ କେବଳ ମଜାଦାର ଭିଡିଓ ପାଇଁ ଏହାକୁ ଏକ ସର୍ଟ ଭିଡିଓ କରି ଅପଲୋଡ୍ କରିଥିଲେ । ଏହା ଅଧିକ ରୁ ଅଧିକ ଭାଇରାଲ ହେବାରୁ ଗୋଟିଏ ପୁରା ଗୀତ ତିଆରି କରାଯାଇଛି । ଭିଡିଓରେ ଯେଉଁଭଳି ଭାବେ ଜଗଦୀଶ ଅଙ୍ଗଭଙ୍ଗୀ କରି ନାଚୁଛନ୍ତି ଦର୍ଶକ ତାକୁ ଖୁବ୍ ପସନ୍ଦ କରୁଛନ୍ତି ।

Get real time updates directly on you device, subscribe now.