ଜେଜେମା’ଙ୍କ ସ୍ୱାଗ ଏକଦମ୍ ଜବରଦସ୍ତ, ପଛରେ ପଡ଼ିବେ ବଡ଼ ବଡ଼ ମହାରଥି, ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଏହି ଭିଡିଓ ଲୋକଙ୍କ ହୃଦୟ ଛୁଇଁଛି।
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କିଛି ମଜେଦାର ଘଟଣା ଦେଖିବାକୁ ମିଳେ। ଯାହା ଲୋକଙ୍କ ହୃଦୟକୁ ଛୁଏଁ।ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଆମେ ମଡର୍ଣ୍ଣ ଜେଜେମା’ଙ୍କୁ ଦେଖିବାକୁ ପାଇଛୁ।
ଭିଡିଓରେ ମଡର୍ଣ୍ଣ ଜେଜେମା’ କଣ୍ଟା ଚାମଚ ଧରି ପୁରା ସ୍ୱାଗରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଲୋକଙ୍କ ହୃଦୟ ଛୁଇଁଛି। ଜେଜେମାଙ୍କ ଏଭଳି ଅନ୍ଦାଜ ୟୁଜର୍ସଙ୍କୁ ବେଶ ପସନ୍ଦ ଆସିଛି।
ଭାରତରେ ହାତରେ ଖାଇବା ପରମ୍ପରା ବହୁତ ପୁରୁଣା। ଏଠାରେ ଏଭଳି ମାନ୍ୟତା ଅଛି କି ହାତରେ ଖାଇଦା ସଂସ୍କୃତି ଏକ ଅଂଶ ତାହା ନୁହେଁ ବରଂ ହାତରେ ଖାଇବା ଦ୍ୱାରା ଶରୀର ମଧ୍ୟ ସୁସ୍ଥ ରହିଥାଏ।
ହେଲେ ଭିଡିଓରେ ନଜର ଆସୁଥିବା ଜେଜେମା’ ଯେଉଁଭଳି ଶାଳୀନତାର ସହ କଣ୍ଟା ଚାମଚ ଏବଂ ଚାମଚକୁ ବ୍ୟବହାର କରି ଖାଉଛନ୍ତି ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଖୁସି ମଧ୍ୟ ଦେଇଛି।
View this post on Instagram
କିଛି ଲୋକ ଏଭଳି କମେଣ୍ଟ ଦେଇଛନ୍ତି କି ଆଜି ପର୍ଯ୍ୟନ୍ତ ଏଭଳି ଖାଇବାର ପ୍ରଣାଳୀ ଆମେମାନେ ଶିଖି ପାରୁନୁ। ଏହି ଭିଡିଓ ଇନଷ୍ଟାଗ୍ରମାରେ ସେୟାର କରାଯାଇଛି। ଯେଉଁଠି ଦେଖିବାକୁ ମିଳିଛି ଜଣେ ବୟସ୍କ ବୃଦ୍ଧା ସାଢ଼ୀ ପିନ୍ଧିଛନ୍ତି ଏବଂ ଏକ ଭଲ ରେଷ୍ଟୋରାଣ୍ଟରେ ବସିଛନ୍ତି।
ସେ ଡାହାଣ ହାତରେ ଫୋକ୍ ଏବଂ ବାମ ହାତରେ ସ୍ପୁନ୍ ଧରି ପନିରର ଏକ ଖଣ୍ଡ ଉଠାଇ ବହୁତ ଆରମରେ ଖାଉଥିବା ଦେଖିବାକୁ ମିଳିଛି।
ଭିଡିଓର କ୍ୟାପସନରେ ଲେଖା ଅଛି କି Classy & Sassy Dadi is the Internet’s new etiquette queen । ଜେଜେମା’ଙ୍କ ଏଭଳି ଅନ୍ଦାଜ ଏବେ ଇଣ୍ଟରନେଟରେ ଜୋରସୋରରେ ଭାଇରାଲ ହେଉଛି। ଲୋକଙ୍କ ମଜେଦାର ପ୍ରତିକ୍ରିୟା ଭିଡିଓରେ ଚାର ଚାନ୍ଦ ଲଗାଉଛି।