fbpx

(video): ବାଘ ସାମ୍ନାରେ ବ୍ୟକ୍ତିର ମରିବାର ଅଭିନୟ, ବାଘ କଲା ଯାଞ୍ଚ, ମୁହଁରେ ଉଠାଇଲା ବ୍ୟକ୍ତିର ହାତ

ଓଡିଶା ଭାସ୍କର: ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିଥିବେ ଯେ, ପାଳିତ ଜୀବଜନ୍ତୁଙ୍କ ସହ ତାଙ୍କର ମାଲିକ ଅସାଧାରଣ ବ୍ୟବହାର କରନ୍ତି । ତେବେ କୌଣସି ଭିଡିଓରେ ବାଘ ସହ ଏମିତି ହୋଇଥିବାର ଦେଖିଛନ୍ତି! ଯଦି ଦେଖି ନାହାନ୍ତି ଏ ଭିଡିଓକୁ ଦେଖନ୍ତୁ ।

 

View this post on Instagram

 

A post shared by Alshad Ahmad (@alshadahmad)

ଭାଇରାଲ ହୋଇଥିବା ଏମିତି ଏକ ଭିଡିଓରେ ବାଘ ସାମ୍ନାରେ ଜଣେ ବ୍ୟକ୍ତି ମୃତକର ଅଭିନୟ କରୁଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି । ସେ ବାଘକୁ ସରପ୍ରାଇଜ ଦେବାକୁ ଚେଷ୍ଟା କରିଛନ୍ତି । ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓରେ ବ୍ୟକ୍ତି ଜଣକ ଗୋଟିଏ ଧଳା ରଙ୍ଗର ବାଘ ପାଖକୁ ଆସି ତା’ ପାଖରେ ମରିଯିବାର ଅଭିନୟ କରୁଛନ୍ତି । ବାଘ ତାଙ୍କ ପାଖକୁ ଆସି ତାଙ୍କୁ ଚାଟୁଛି । ବ୍ୟକ୍ତିଙ୍କ ହାତକୁ ବାଘ ତାହାର ମୁହଁରେ ଉଠାଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏହି ଭିଡିଓକୁ ଇନଷ୍ଟାଗ୍ରାମ alshadahmad  ଆକାଉଣ୍ଟରେ ସେୟାର କରାଯାଇଛି । ଏହି ବାଘ ହେଉଛି ବ୍ୟକ୍ତିଙ୍କ ପାଳିତ ଜୀବ । ଲୋକେ ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି । ପ୍ରାୟ ୨୩ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି ।

ଭିଡିଓଟି ହେଉଛି ଇଣ୍ଡୋନେସିଆର ଅଲଶାଦ ଅହମତଙ୍କ । ସେ କେବଳ ଏହି ବାଘ ସହ ନୁହେଁ, ବରଂ ଅନ୍ୟ ବାଘଙ୍କ ସହ ମଧ୍ୟ ଏଭଳି କରୁଥିବାର ନଜର ଆସନ୍ତି । କେତେକ ଲୋକଙ୍କୁ ଏହା ଆଶ୍ଚର୍ଯ୍ୟଚକିତ କରି ଭୟର ବାତାବରଣ ଦେଇଛି ତ ପୁଣି କେତେକ ଏହାକୁ ନେଇ ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର୍ସ ଭିଡିଓକୁ ନେଇ ଲେଖିଛନ୍ତି, ‘ମୁଁ ଡରିଯାଇଛି ଓ ବାଘ ତମକୁ ଖାଇ ନ ଯାଉ’ ବୋଲି କହିଛନ୍ତି । ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, ଜୀବଜନ୍ତୁଙ୍କ ବି ହୃଦୟ ଅଛି ।

Get real time updates directly on you device, subscribe now.