fbpx
BSKY SKY
BSKY SKY

Ind vs Aus ଚତୁର୍ଥ ଟେଷ୍ଟରେ ବିରାଟ-ଭରତ ଲଢେଇ: ଉସ୍ମାନ ଖ୍ୱାଜାଙ୍କ ଯୋଗୁଁ ଦଳରେ ମତାନ୍ତର

BSKY

ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରେ ଭାରତର ଦୁଇ ଷ୍ଟାର ଖେଳାଳି ନିଜ ନିଜ ଭିତରେ ଲଢୁଥିବାର ଘଟଣା ଦେଖିବାକୁ ମିଳିଛି । ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ୱିକେଟ କିପର ବ୍ୟାଟ୍ସମ୍ୟାନ କେ.ଏସ ଭରତଙ୍କ ମଧ୍ୟରେ ଏହି ଘଟଣା ଏବେ ଖୁବ ଚର୍ଚ୍ଚାକୁ ଆସିଛି । ତେବେ ଏହି ମତାନ୍ତରର ମୁଖ୍ୟ କାରଣ ପାଲଟିଛନ୍ତି ଅଷ୍ଟ୍ରେଲିଆର ଓପନର ଉସ୍ମାନ ଖ୍ୱାଜା । ତେବେ ଝଗଡା ହେବାର କାରଣ ମଧ୍ୟ ଖୁବ ମାମୁଲି ଥିବା ଜାଣିବାକୁ ମିଳିଛି ।

ଅହମ୍ମଦାବାଦ ଟେଷ୍ଟର ପ୍ରଥମ ଇନିଂସରେ ଦମଦାର ଶତକ ହାସଲ କରିଛନ୍ତି ଉସ୍ମାନ ଖ୍ୱାଜା । ୪୨୨ ବଲରୁ ୨୧ ଚୌକା ସହ ସେ ୧୮୦ ରନ ସଂଗ୍ରହ କରିଛନ୍ତି । ତେବେ ଏହି ପାଳି ଭିତରେ ତାଙ୍କ ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ କେ.ଏସ ଭରତଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଛି । ମହମ୍ମଦ ଶାମୀ ଇନିଂସର ୭୧ ତମ ଓଭର ପକାଉଥିବା ବେଳେ ଏହି ଘଟଣା ଘଟିଯାଇଛି । ଏହି ଓଭରର ଦ୍ୱିତୀୟ ବଲକୁ ଖେଳି ପାରିନଥିଲେ ଉସ୍ମାନ ଖ୍ୱାଜା । ତେଣୁ ବଲଟି ସିଧା ୱିକେଟ କିପର କେ.ଏସ ଭରତଙ୍କ ହାତକୁ ଚାଲିଯାଇଥିଲା । ଏହାପରେ ଯାହା ହୋଇଛି ତାହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇଯାଇଥିଲେ ।

ଭରତ ବଲଟିକୁ ଧରିବା ପରେ ବୋଲରଙ୍କ ପାଖକୁ ପକାଇ ଦେଉଥିଲେ । କିନ୍ତୁ ଏହା ସାମାନ୍ୟ ତଳେ ରହିଥିଲା ଏବଂ ବୋଲରଙ୍କ ପାଖକୁ ଯିବା ପରିବର୍ତ୍ତେ ବଲଟି ଉସ୍ମାନ ଖ୍ୱାଜାଙ୍କ ଜଙ୍ଘରେ ବାଜିଥିଲା । ତେବେ ଏହାପରେ ଖ୍ୱାଜା ହଠାତ ରାଗିଯାଇଥିଲେ ଏବଂ ଭରତଙ୍କ ଆଡକୁ ଚାହିଁଥିଲେ । ଯାହାକୁ ଦେଖି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଅସନ୍ତୋଷ ଜାହିର କରିଥିଲେ । ତେବେ ପର ମୁହୂର୍ତ୍ତରେ ଖ୍ୱାଜା ବୁଝିପାରିଥିଲେ ଯେ, ଭରତ ଏହା ଜାଣି ଜାଣି କରି ନଥିଲେ । ବରଂ ଭୁଲରେ ବଲଟି ତାଙ୍କ ଦେହରେ ବାଜିଛି, ତେଣୁ ସେ ହସି ଦେଇ ମାମଲା ସେଇଠି ଶେଷ କରିଦେଇଥିଲେ । ସେପଟେ ବିରାଟ ନାରାଜ ହୋଇ ଭରତଙ୍କୁ ଚାହିଁଥିଲେ ହେଲେ ମାମଲା କିଛି ବଡ ରୂପ ନେଇ ନଥିଲା । କିନ୍ତୁ ବିରାଟ-ଭରତଙ୍କର ଏହି ମଜାକିୟା ଲଢେଇ ସମସ୍ତଙ୍କୁ ପସନ୍ଦ ଆସିଛି ।

Get real time updates directly on you device, subscribe now.